ଭୁବନେଶ୍ବର: ରାଜ୍ୟରେ ବିଗୁଡୁଛି କୋରୋନା ସ୍ଥିତି । ଦିନକୁ ଦିନ ଭୟଙ୍କର ହେଛି ଦ୍ବିତୀୟ ଲହର । ମେ ମାସରେ ସଂକ୍ରମଣ ବଢିବା ନେଇ ହୋଇଥିବା ଆକଳନ ସତ ହେବାକୁ ଯାଉଛି । 24 ଘଣ୍ଟାରେ ରାଜ୍ୟରେ 9ହଜାର 8ଶହ 89ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1331ଜଣ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ 1137, ଅନୁଗୁଳରୁ 443, କଟକରୁ 790, ସମ୍ବଲପୁରରୁ 470, ବରଗଡରୁ 75, ସୁବର୍ଣ୍ଣପୁରରୁ 158, ଝାରସୁଗୁଡାରୁ 386, ନବରଙ୍ଗପୁରରୁ 414, ପୁରୀରୁ 436, ନୂଆପଡାରୁ 335, ସୋନପୁରରୁ 158, ଯାଜପୁରରୁ 282, ମୟୂରଭଞ୍ଜରୁ 243, ବଲାଙ୍ଗୀରରୁ 198, କଳାହାଣ୍ଡିରୁ 414, ନୟାଗଡରୁ 223, ଗଞ୍ଜାମରୁ 310, ରାୟଗଡାରୁ 129, ଜଗତସିଂହପୁରରୁ 156 ଚିହ୍ନଟ ହୋଇଛନ୍ତି ।
ସେହିପରି, କୋରାପୁଟ 94, ବଲାଙ୍ଗୀରରୁ 326, ଗଜପତିରୁ 117, ବାଲେଶ୍ବରରୁ 151, ଭଦ୍ରକରୁ 52, ବରଗଡରୁ 483, ବୌଦ୍ଧରୁ 129, ଦେବଗଡରୁ 75, ଢେଙ୍କାନାଳରୁ 90, କନ୍ଧମାଳରୁ 52, କେନ୍ଦ୍ରାପଡାରୁ 133, କେନ୍ଦୁଝରରୁ 195, ମାଲକାନଗିରିରୁ 86, ଏବଂ ଷ୍ଟେଟ ପୁଲରୁ 249 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଚେନକୁ ଭାଙ୍ଗିବା ପାଇଁ ଆଜିଠୁ ସାରା ରାଜ୍ୟରେ 14ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକଡାଉନରେ ଆତ୍ୟାବଶ୍ୟକ ସମାଗ୍ରୀ ଓ ସ୍ବାସ୍ଥ୍ୟସେବାକୁ ବାଦ ଦିଆଯାଇଛି ।
ଭୁବନେଶ୍ବରରୁ ବକାଶ ଦାସ, ଇଟିିିଭି ଭାରତ