ETV Bharat / city

ରାଜ୍ୟରେ ଦିନକରେ 8681 ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରେ ସ୍ଥିତି ସାଙ୍ଘାତିକ

ପୁଣି 8 ହଜାର ପାର ହୋଇଛି ସଂକ୍ରମଣ । 24 ଘଣ୍ଟା ମଧ୍ୟରେ 8 ହଜାର 681 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1408 ଜଣ ଚିହ୍ନଟ ହୋଇଛନ୍ତି । 14ଜଣଙ୍କ ଜୀବନ ନେଇଛି କୋରୋନା । ଅଧିକ ପଢନ୍ତୁ...

author img

By

Published : Apr 30, 2021, 8:15 AM IST

ଦିନକରେ 8681 ପଜିଟିଭ ଚିହ୍ନଟ
ଦିନକରେ 8681 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ହୁ ହୁ ହୋଇ ବଢୁଛି ଦୈନିକ ସଂକ୍ରମଣ । ମେ ମାସରେ ସଂକ୍ରମଣ ବଢିବାକୁ କରାଯାଇଥିବା ଆକଳନ ସତ ଦେବାକୁ ଯାଉଛି । ପୁଣି 8 ହଜାର ପାର ହୋଇଛି ସଂକ୍ରମଣ । 24 ଘଣ୍ଟା ମଧ୍ୟରେ 8 ହଜାର 681 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 4948 ଓ ସ୍ଥାନୀୟ ଅଞ୍ଚଳରୁ 3733 ଜଣ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1408 ଜଣ ଚିହ୍ନଟ ହୋଇଛନ୍ତି । ମହାମାରୀରେ ଆଜି 14ଜଣ ଆଖି ବୁଜିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 2043ରେ ପହଞ୍ଚିଛି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 419, ବାଲେଶ୍ବରରୁ 155, ବରଗଡରୁ 423, ଭଦ୍ରକ 103, ବଲାଙ୍ଗୀର 459, କଟକ 570, ଦେଓଗଡ 102, ଗଜପତି 125, ଗଞ୍ଜାମ 198 ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 321, ଝାରସୁଗୁଡାରୁ 411, କଳାହାଣ୍ଡିରୁ 195, କେନ୍ଦୁଝର 148, କୋରାପୁଟ 113, ମୟୂରଭଞ୍ଜ 220ଜଣ, ନବରଙ୍ଗପୁର 386ଜଣ, ନୟାଗଡ 160, ନୂଆପଡାରୁ 304, ପୁରୀରୁ 514, ରାୟଗଡାରୁ 151, ସମ୍ବଲପୁର 410, ସୁନ୍ଦରଗଡରୁ 745ଜଣ ଓ ଷ୍ଟେଟ ପୋଲରୁ 277ଟି ପଜିଟିଭ କେସ ସାମ୍ନାକୁ ଆସିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 4 ଲକ୍ଷ 44 ହଜାର 194 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 61 ହଜାର 689 ଚକିତ୍ସାଧୀନ ଅଛନ୍ତି । 3ଲକ୍ଷ 80ହଜାର 400ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ପୁଣି ଦ୍ବିତୀୟ ଥର ପାଇଁ 8 ହଜାର ପାର ହୋଇଛି ଦୌନିକ ସଂକ୍ରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.