ETV Bharat / city

ବିଗୁଡୁଛି ସ୍ଥିତି; ଦିନକରେ 6599 ପଜିଟିଭ ଚିହ୍ନଟ, 9 ମୃତ

author img

By

Published : Apr 26, 2021, 9:28 AM IST

24 ଘଣ୍ଟା ମଧ୍ୟରେ 6 ହଜାର 599 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3827 ଓ ସ୍ଥାନୀୟ ଅଞ୍ଚଳରୁ 2772ଜଣ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 985ଜଣ ଚିହ୍ନଟ ହୋଇଛନ୍ତି । ମହାମାରୀରେ ଆଜି 9 ଜଣ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ...

ଦିନକରେ 6599 ପଜିଟିଭ ଚିହ୍ନଟ
ଦିନକରେ 6599 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ହୁ ହୁ ହୋଇ ବଢୁଛି ଦୈନିକ ସଂକ୍ରମଣ । 24 ଘଣ୍ଟା ମଧ୍ୟରେ 6 ହଜାର 599 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3827 ଓ ସ୍ଥାନୀୟ ଅଞ୍ଚଳରୁ 2772ଜଣ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 985ଜଣ ଚିହ୍ନଟ ହୋଇଛନ୍ତି । ମହାମାରୀରେ ଆଜି 9 ଜଣ ଆଖି ବୁଜିଛନ୍ତି । ଗତ ପାଞ୍ଚ ଦିନରେ 39ଜଣଙ୍କ ଜୀବନ ନେଲାଣି କିଲର କୋରୋନା ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 187, ବାଲେଶ୍ବରରୁ 137, ବରଗଡରୁ 203, ଭଦ୍ରକ 87, ବଲାଙ୍ଗୀର 198, ବୌଦ୍ଧ 70, କଟକ 488, ଦେଓଗଡ 38, ଢେଙ୍କାନାଳ 20, ଗଜପତି 81, ଗଞ୍ଜାମ 323, ଜଗତସିଂହପୁରରୁ 93ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 237, ଝାରସୁଗୁଡାରୁ436, କଳାହାଣ୍ଡିରୁ 518, କନ୍ଧମାଳ35, କେନ୍ଦ୍ରାପଡା 38, କେନ୍ଦୁଝର 166, କୋରାପୁଟ 69, ମାଲକାନଗିରି 22, ମୟୂରଭଞ୍ଜ 158ଜଣ, ନବରଙ୍ଗପୁର 318ଜଣ, ନୟାଗଡ 91, ନୂଆପଡାରୁ 551, ପୁରୀରୁ 145, ରାୟଗଡାରୁ 117, ସମ୍ବଲପୁର 226, ସୋନପୁରରେ 129ଜଣ, ସୁନ୍ଦରଗଡରୁ 434ଜଣ ଓ ଷ୍ଟେଟ ପୋଲରୁ 201ଟି ପଜିଟିଭ କେସ ସାମ୍ନାକୁ ଆସିଛି । ରାଜ୍ୟରେ ନଅଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ 3 ଓ କେନ୍ଦୁଝରରୁ 2ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ, ଭଦ୍ରକ,କଟକ ଓ ସୁନ୍ଦରଗଡକୁ ଜଣେ ଲେଖାଏଁ କୋରୋନା ରୋଗୀ ଆଖି ବୁଜିଛନ୍ତି । ରାଜ୍ୟରେ 1997ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 414056ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 49075ଟି ସକ୍ରିୟ ମାମଲା ରହିଛି । ଏ ଯାଏଁ କୋରୋନାରୁ 362931ସୁସ୍ଥ ହୋଇଛନ୍ତି । 9917894 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.