ETV Bharat / city

ଭୟଙ୍କର ହେଉଛି ଦ୍ବିତୀୟ ଲହର; ଦିନକରେ 4761 ପଜିିଟିଭ, 5 ମୃତ

ରାଜ୍ୟରେ ବେକାବୁ ସ୍ଥିତିରେ କୋରୋନା । ଆଜି ରାଜ୍ୟରେ 4 ହଜାର 761ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 820ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

author img

By

Published : Apr 20, 2021, 9:55 AM IST

ଆଜି 4 ହଜାର 761ଜଣ ଆକ୍ରାନ୍ତ ଚିହ୍ନଟ
ଆଜି 4 ହଜାର 761ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ଦୈନିକ ସଂକ୍ରମଣ 5 ହଜାର ମୁହାଁ ହେବାରେ ଲାଗିଲାଣି । ଗତ 24 ଘଣ୍ଟା ମଧ୍ୟରେ 4ହଜାର 761 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 2785 ଓ ସ୍ଥାନୀୟ ଅଞ୍ଚଳରୁ 1976 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ 820ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା 5ଜଣଙ୍କ ଜୀବନ ନେଇଛି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 81ଜଣ, ବାଲେଶ୍ବରରୁ 84ଜଣ, ବରଗଡରୁ 198ଜଣ, ଭଦ୍ରକ 63ଜଣ, ବଲାଙ୍ଗୀରୁ 322ଜଣ, ବୌଦ୍ଧରୁ 23 ଜଣ, କଟକରୁ 176ଜଣ, ଦେଓଗଡ 31ଜଣ, ଢେଙ୍କାନାଳ 6ଜଣ, ଗଜପତି 31ଜଣ, ଗଞ୍ଜାମରୁ 49ଜଣ, ଜଗତସିଂହପୁରରୁ 22ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 86, ଝାରସୁଗୁଡାରୁ 234, କଳାହାଣ୍ଡିରୁ 167, କନ୍ଧମାଳରୁ 25ଜଣ, କେନ୍ଦ୍ରାପଡା 50ଜଣ, ଖୋର୍ଦ୍ଧାରୁ 820ଜଣ, କେନ୍ଦୁଝର 103ଜଣ, କୋରାପୁଟ 31ଜଣ, ମାଲକାନଗିରି 6ଜଣ, ମୟୂରଭଞ୍ଜ 86ଜଣ, ନବରଙ୍ଗପୁର 154ଜଣ, ନୟାଗଡ 63ଜଣ, ନୂଆପଡାରୁ 534ଜଣ, ପୁରୀରୁ 193ଜଣ, ରାୟଗଡାରୁ 60ଜଣ, ସମ୍ବଲପୁର 183ଜଣ, ସୋନପୁରରୁ 47ଜଣ,ସୁନ୍ଦରଗଡରୁ 673ଜଣ ଓ ଷ୍ଟେଟ ପୋଲରୁ 160ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି ।ଏହା ସହିତ ଆଜି କୋରୋନାରେ 5ଜଣ ଆଖି ବୁଜିଛନ୍ତି । ପାଞ୍ଚଜଣଙ୍କ ଭିତରୁ ନୂଆପଡାରୁ ତିନିଜଣ ହୋଇଥିବାବେଳେ କେନ୍ଦୁଝର ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 1953ରେ ପହଞ୍ଚିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 3 ଲକ୍ଷ 77 ହଜାର 464 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 27821 ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ 3 ଲକ୍ଷ 47 ହଜାର 637ଜଣ ସୁସ୍ଥ ହୋଇଛନ୍ତି । 9668401 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଶନି ଓ ରବିବାର ସହରାଞ୍ଚଳ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.