ETV Bharat / city

କାମ ଦେଉନି ଲକଡାଉନ; ଦିନକରେ ପୁଣି 11 ହଜାର 623 ପଜିଟିଭ ଚିହ୍ନଟ - କୋରୋନା

ରାଜ୍ୟରେ ଦିନକରେ 11 ହଜାର 623 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 2021 ଜଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକେର 11ହଜାର ପାର ସଂକ୍ରମିତ
ଦିନକେର 11ହଜାର ପାର ସଂକ୍ରମିତ
author img

By

Published : May 26, 2021, 9:04 AM IST

ଭୁବନେଶ୍ବର: ଲକଡାଉନ ପରେ ବି ରାଜ୍ୟରେ କମିବାର ନାଁ ନେଉନି ଦୈନିକ ସଂକ୍ରମଣ । ଦିନକୁ ଦିନ ମାରାତ୍ମକ ହେଉଛି ମହାମାରୀ । ମେ ରେ ସଂକ୍ରମଣ ବଢିବା ନେଇ କରାଯାଇଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଜି(ବୁଧବାର) ରାଜ୍ୟରେ ପୁଣି 11 ହଜାର 623ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 2021 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 6ହଜାର 509ଜଣ ଚିହ୍ନଟ ହୋଇଥିବାବେଳେ 5ହଜାର 114ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 823, ବାଲେଶ୍ବରରୁ 508,ବଲାଙ୍ଗୀରରୁ 170, ବରଗଡରୁ 257,ଭଦ୍ରକରୁ 461, ବୌଦ୍ଧରୁ 206, କଟକରୁ 988, ଦେଓଗଡରୁ 86, ଢେଙ୍କାନାଳରୁ 441, ଗଜପତିରୁ 76, ଗଞ୍ଜାମରୁ 158, ଜଗତସିଂହପୁରରୁ 315, ଯାଜପୁରରୁ 560, ଝାରସୁଗୁଡାରୁ 184ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 352,କନ୍ଧମାଳରୁ 141, କେନ୍ଦ୍ରପଡାରୁ 198, କେନ୍ଦୁଝରରୁ 133,କୋରାପୁଟରୁ 218, ମାଲକାନଗିରିରୁ 73, ମୟୂରଭଞ୍ଜରୁ 249, ନବରଙ୍ଗପୁରରୁ 300, ନୟାଗଡରୁ 316, ନୂଆପଡାରୁ 54,ପୁରୀରୁ 462, ରାୟଗଡାରୁ 223,ସମ୍ବଲପୁରରୁ 242,ସୋନପୁରରୁ 261,ସୁନ୍ଦରଗଡରୁ 699ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 338ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 7ଲକ୍ଷ 26ହଜାର 3ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ଯରେ ବର୍ତ୍ତମାନ 110373ଟି ସକ୍ରିୟ ମାମଲା ରହିଛି । ଏବେ ସ୍ଥିତି ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି । ସଂକ୍ରମଣ ସହରରୁ ଏବେ ଗାଁ ମୁହାଁ ହେଲାଣି । ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟରେ ତାଲାବନ୍ଦ-2କୁ ଜୁନ 1 ଯାଏଁ ବଲବତ୍ତର ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.