ETV Bharat / city

ମାରାତ୍ମକ ହେଉଛି ମହାମାରୀ; ଦିନକରେ 10939 ପଜିଟିଭ ଚିହ୍ନଟ - ପଜିଟିଭ

ଆଜି(ମଙ୍ଗଳବାର) ରାଜ୍ୟରେ ପୁଣି 10 ହଜାର 939 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1298 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଡନ୍ତୁ...

ଦିନକରେ 10939 ପଜିଟିଭ ଚିହ୍ନଟ
ଦିନକରେ 10939 ପଜିଟିଭ ଚିହ୍ନଟ
author img

By

Published : May 25, 2021, 8:59 AM IST

ଭୁବନେଶ୍ବର: ଲକଡାଉନ ପରେ ବି ରାଜ୍ୟରେ କମିବାର ନାଁ ନେଉନାହିଁ ସଂକ୍ରମଣ । ଘାତକ ହୋଇଛି ମେ’ ମାସ । ଦିନକୁ ଦିନ ମାରାତ୍ମକ ହେଉଛି ମହାମାରୀ । ମେ ରେ ସଂକ୍ରମଣ ବଢିବା ନେଇ କରାଯାଇଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଜି(ମଙ୍ଗଳବାର) ରାଜ୍ୟରେ ପୁଣି 10 ହଜାର 939 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1298 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 6ହଜାର 178ଜଣ ଚିହ୍ନଟ ହୋଇଥିବାବେଳେ 4ହଜାର 761ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 819, ବାଲେଶ୍ବରରୁ 361,ବଲାଙ୍ଗୀରରୁ 195, ବରଗଡରୁ 323,ଭଦ୍ରକରୁ 142, ବୌଦ୍ଧରୁ 385, କଟକରୁ 922, ଦେଓଗଡରୁ 100, ଢେଙ୍କାନାଳରୁ 763, ଗଜପତିରୁ 43, ଗଞ୍ଜାମରୁ 254, ଜଗତସିଂହପୁରରୁ 291, ଯାଜପୁରରୁ 541, ଝାରସୁଗୁଡାରୁ 191ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 244,କନ୍ଧମାଳରୁ 77, କେନ୍ଦ୍ରପଡାରୁ 323, କେନ୍ଦୁଝରରୁ 176,କୋରାପୁଟରୁ 242, ମାଲକାନଗିରିରୁ 103, ମୟୂରଭଞ୍ଜରୁ 604, ନବରଙ୍ଗପୁରରୁ 362, ନୟାଗଡରୁ 225, ନୂଆପଡାରୁ 62,ପୁରୀରୁ 456, ରାୟଗଡାରୁ 156,ସମ୍ବଲପୁରରୁ 319,ସୋନପୁରରୁ 231,ସୁନ୍ଦରଗଡରୁ 512 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 217ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 7ଲକ୍ଷ 14ହଜାର 380ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ଯରେ ବର୍ତ୍ତମାନ 110554ଟି ସକ୍ରିୟ ମାମଲା ରହିଛି । ଏବେ ସ୍ଥିତି ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି । ସଂକ୍ରମଣ ସହରରୁ ଏବେ ଗାଁ ମୁହାଁ ହେଲାଣି । ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟରେ ତାଲାବନ୍ଦ-2କୁ ଜୁନ 1 ଯାଏଁ ବଲବତ୍ତର ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.