ETV Bharat / city

ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, ଦିନକରେ 7216 ପଜିଟିଭ ଚିହ୍ନଟ - ସଂକ୍ରମଣ

ଆଜି(ଶୁକ୍ରବାର) ରାଜ୍ୟରେ 7 ହଜାର 216 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ 1091ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 7216 ପଜିଟିଭ ଚିହ୍ନଟ
ଦିନକରେ 7216 ପଜିଟିଭ ଚିହ୍ନଟ
author img

By

Published : May 28, 2021, 9:05 AM IST

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର । ଲଗାତାର କିଛି ଦିନ ହେବ ରାଜ୍ୟରେ 12 ହଜାର ମୁହାଁ ହୋଇଥିବା ସଂକ୍ରମଣରେ ବ୍ରେକ ଲାଗିଛି । ମେ ମାସ ଶେଷ ସୁଦ୍ଧା ସଂକ୍ରମଣ ହାର କମିବା ନେଇ କରାଯାଇଥିବା ଆକଳନ ପ୍ରାୟ ସତ ହେବାକୁ ଯାଉଛି । ଯାହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ଆଜି(ଶୁକ୍ରବାର) ରାଜ୍ୟରେ 7 ହଜାର 216 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ 1091ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 4ହଜାର 41ଜଣ ଚିହ୍ନଟ ହୋଇଥିବାବେଳେ 3ହଜାର 175ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 409, ବାଲେଶ୍ବରରୁ 215,ବଲାଙ୍ଗୀରରୁ 130, ବରଗଡରୁ 507,ଭଦ୍ରକରୁ 246, ବୌଦ୍ଧରୁ 148, ଦେଓଗଡରୁ 68, ଢେଙ୍କାନାଳରୁ 428, ଗଜପତିରୁ 38, ଗଞ୍ଜାମରୁ 150, ଜଗତସିଂହପୁରରୁ 183, ଯାଜପୁରରୁ 241, ଝାରସୁଗୁଡାରୁ 64ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 150,କନ୍ଧମାଳରୁ 101, କେନ୍ଦ୍ରପଡାରୁ 487, କେନ୍ଦୁଝରରୁ 72,କୋରାପୁଟରୁ 220, ମାଲକାନଗିରିରୁ 135, ମୟୂରଭଞ୍ଜରୁ 27, ନବରଙ୍ଗପୁରରୁ 242, ନୟାଗଡରୁ 164, ନୂଆପଡାରୁ 66,ପୁରୀରୁ 110, ରାୟଗଡାରୁ 245,ସମ୍ବଲପୁରରୁ 241,ସୋନପୁରରୁ 74,ସୁନ୍ଦରଗଡରୁ 184 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 146ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 7ଲକ୍ଷ 39ହଜାର 955ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ଯରେ ବର୍ତ୍ତମାନ 102072 ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ଯରେ 6ଲକ୍ଷ 35ହଜାର 179ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ବିପଦ ଟଳିନାହିଁ । ଏବେ ବି ସତର୍କତାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.