ETV Bharat / city

ଆଜିଠୁ ରାଜ୍ୟରେ ବର୍ଷା, ତିନି ଦିନ ଯାଏଁ ଭିଜିବ ଓଡିଶା - rainfall from today

ଭିଜିବ ଓଡିଶା । ଆଜିଠୁ ଆଗାମୀ ତିନି ଦିନି ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଆଜିଠୁ ରାଜ୍ୟରେ ବର୍ଷା, ତିନି ଦିନ ଯାଏଁ ଭିଜିବ ଓଡିଶା

author img

By

Published : Oct 15, 2021, 8:28 AM IST

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଟଳିଛି ବାତ୍ୟା ଭୟ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ନେଇ ବାତ୍ୟା ଆଶଙ୍କା କରାଯାଉଥିବାବେଳେ ଏବେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଏବଂ ଏହା ବର୍ତ୍ତମାନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଜିଠୁ ଓଡିଶାରେ ବର୍ଷା ହେବ । ଆଗାମୀ ତିନି ଦିନି ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ । ଏପରିକି କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ମଧ୍ୟ ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଜି(ଶୁକ୍ରବାର) ରାଜ୍ୟରେ କେତେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ହୋଇଛି ଏବଂ ଆକାଶ ମେଘାଚ୍ଛନ୍ନ ରହିଥିବା ଦେଖାଯାଇଛି । ଆଜି ଉପକୂଳ ଓଡିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାବେଳେ ଆଉ କିଛି ସ୍ଥାନରେ କାଳବୈଶାଖୀ ଆଶଙ୍କା କରାଯାଉଛି । ଗତକାଲି(ଗୁରୁବାର) ମଧ୍ୟ ରାଜ୍ୟର ବହୁ ସ୍ଥାନରେ ମେଘୁଆ ପାଗ ରହିଥିଲା ।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ୧୬ ରୁ ୧୭ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ପୁରୀରେ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.