ETV Bharat / city

ଶିକ୍ଷା ବିଭାଗର ସାଂଘାତିକ ଚିତ୍ର; 5 ବର୍ଷରେ ବନ୍ଦ 1841 ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ରାଜ୍ଯରେ ଗୁଣାତ୍ମକ ଶିକ୍ଷା ଦୂରରେ ଥାଉ । ପ୍ରାଥମିକ ଶିକ୍ଷାର ସ୍ଥିତି ମଧ୍ୟ ଅତ୍ୟନ୍ତ ଜଟିଳ । କେଉଁଠି ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନାହାଁନ୍ତି ତ କେଉଁଠି ଛାତ୍ରଛାତ୍ରୀ ନାହାଁନ୍ତି । ଫଳରେ ବିଦ୍ୟାଳୟ ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । କଣ ରହିଛି ସ୍ଥିତି ପଢନ୍ତୁ ସଂପୂର୍ଣ୍ଣ ଖବର...

ସମୀର ରଞ୍ଜନ ଦାସ
ସମୀର ରଞ୍ଜନ ଦାସ
author img

By

Published : Feb 26, 2020, 5:38 PM IST

ଭୁବନେଶ୍ବର: ଗତ ପାଞ୍ଚ ବର୍ଷରେ ରାଜ୍ୟରେ 1841 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି। 10 କିମ୍ବା 10ରୁ କମ ଛାତ୍ରଛାତ୍ରୀ ଥିବା କାରଣରୁ ଏହି ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯାଇଛି।

PHOTO
ଶିକ୍ଷା ବିଭାଗର ସାଂଘାତିକ ଚିତ୍ର; କମୁଛି ସ୍କୁଲ, କମୁଛନ୍ତି ଛାତ୍ରଛାତ୍ରୀ

ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୨୦୧୧-୧୨ ବର୍ଷ ବେଳକୁ ରାଜ୍ୟରେ ୩୭,୦୧୨ଟି ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ବର୍ଷକୁ ବର୍ଷ ଏହା ହ୍ରାସ ପାଇ ୨୦୧୮-୧୯ ରେ ଏହା ୩୪,୯୨୩ ରେ ପହଞ୍ଚିଛି । କେବଳ ବିଦ୍ୟାଳୟ ନୁହେଁ ଏଠାରେ ପାଠ ପଢାଇବାକୁ ଥିବା ଶିକ୍ଷକଙ୍କ ସଂଖ୍ୟା ବି କମିବାରେ ଲାଗିଛି । ୨୦୧୧-୧୨ ମସିହାରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧ ଲକ୍ଷ ୩୩ ହଜାର ୨୬୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ ସେତେବେଳେ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ୩୦:୧ ରହିଥିଲା । ତେବେ ୨୦୧୮-୧୯ ବର୍ଷ ବେଳକୁ ଶିକ୍ଷକଙ୍କ ସଂଖ୍ୟା ହ୍ରାସ ପାଇ ୧, ୨୯, ୮୪୧ ରେ ପହଞ୍ଚି ଥିବାବେଳେ ଏବେ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ୨୦:୧ ରହିଥିବା ସରକାରୀ ଭାବେ ଦର୍ଶାଯାଉଛି ।

ତେବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତ ଏଭଳି ସ୍ଥିତିରେ ପହଞ୍ଚିଥିବା କୁହାଯାଉଛି । କେବଳ ପ୍ରାଥମିକ ବିଦ୍ୟାଳୟ ନୁହେଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ରହିଛି । ୨୦୧୪-୧୫ ମସିହା ଠାରୁ ରାଜ୍ୟରେ ଏହି ଧରଣର ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୨୦୧୪-୧୫ ବର୍ଷରେ ରାଜ୍ୟରେ ୨୨ ହଜାର ୪୯୭ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୨୦୧୬-୧୭ ରେ ତାହା ୨୩ ହଜାର ୦୯୬ ରେ ପହଞ୍ଚିଥିଲା । ତେବେ ୨୦୧୮-୧୯ ବର୍ଷରେ ଏହା 21 ହଜାର ୭୮୧ ରେ ପହଞ୍ଚିଛି ।

ଆଶ୍ବସ୍ତିକର କଥା ହେଉଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୧-୧୨ ବର୍ଷରେ ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୩, ୨୬୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୭୫,୦୧୨ ରେ ପହଞ୍ଚିଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.