ETV Bharat / city

Odisha Budget: ଆଗତ ହେଲା ବଜେଟ, ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ

author img

By

Published : Jul 2, 2022, 6:09 PM IST

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

OdishaBudget
OdishaBudget

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Minister Niranjan Pujari ) । ଯେଉଁଥିରେ ମୋଟ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟସ୍ବ ସଂଗ୍ରହରୁ କେବଳ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆସିବ । ଏହାବାଦ ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬ ହଜାର ୩୩ କୋଟି ଟଙ୍କା ଆସିବ ବୋଲି ସରକାର ଆକଳନ କରିଛନ୍ତି । ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ବଜେଟ ଗତ 22 ବର୍ଷ ତୁଳନାରେ 17 ପ୍ରତିଶତ ବୃଦ୍ଧି ପାଇଛି ।

ତେବେ ସରକାର ଚଳିତ ବର୍ଷ ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଛି ୧୨ ହଜାର ୬୨୪ କୋଟି ଟଙ୍କା। ଯାହା ପୂର୍ବ ବଜେଟ ତୁଳନାରେ ୩୮ ପ୍ରତିଶତ ଅଧିକ ।

ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(Biju Swastya Kalyan Yojana) ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ମିଳିଛି ୨ ହଜାର ୩୨୫ କୋଟି । ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏହାବାଦ ଅନ୍ୟାନ୍ୟ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.