ଭୁବନେଶ୍ବର: ସର୍ବ ଭାରତୀୟ ପ୍ରଶାସନିକ ସେବା କ୍ୟାଡର୍ ନିୟମ ସଂଶୋଧନ ପ୍ରସ୍ତାବକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ର ସରକାରଙ୍କ ଏଭଳି ଏକଚାଟିଆ ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ପୂର୍ବରୁ ବିଜେଡି ଏହାକୁ ଅଗ୍ରାହ୍ୟ କରିଥିବାବେଳେ କଂଗ୍ରେସ ମଧ୍ୟ ମୋଦିଙ୍କ ଏହା ଏକ ଛତ୍ରବାଦ ମନୋଭାବ ବୋଲି କହିଛି ।
କଂଗ୍ରେସ ବିଧାୟକ ସୁର ରାଉତରାୟ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଉଭୟ ନିଜ ନିଜର ଆଭିମୁଖ୍ୟ ରଖିବା କଥା। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ମନୋମୁଖୀ କାର୍ଯ୍ୟ କିଛି ରାଜ୍ୟ ଅଗ୍ରାହ୍ୟ କରିଛନ୍ତି । ଏହାର ତୀବ୍ର ବିରୋଧ କରାଯିବ ବୋଲି ସୁର ରାଉତରାୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ