ଭୁବନେଶ୍ବର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି । ଟେଷ୍ଟ ପଜିଟିଭିଟି ରେଟ ମଧ୍ୟ ହ୍ରାସ ହେଉଛି । ଆଉ 7 ରୁ 8 ଦିନ ଭିତରେ ରାଜ୍ୟ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବା ସମ୍ଭାବନା ରହିଛି । 5 ପ୍ରତିଶତ ତଳକୁ ଆସିଯାଇପାରେ ରାଜ୍ୟର ସଂକ୍ରମଣ ହାର।
ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗୁଛି । ଲାକଡାଉନ ରାଜ୍ୟରେ ସଫଳ ହେଉଛି । ପୂର୍ବପେକ୍ଷା ସଂକ୍ରମଣ ହାର କମିବାରେ ଲାଗିଛି । ଆଉ 7 ରୁ 8 ଦିନ ମଧ୍ୟରେ ସଂକ୍ରମଣ ହାର କମିବାର ସମ୍ଭାବନା ରହିଛି । ଯାହା ଲକଡାଉନ ଶେଷ ବେଳକୁ 5 ପ୍ରତିଶତ ତଳକୁ ଆସିଯାଇପାରେ ରାଜ୍ୟର ସଂକ୍ରମଣ । ଯେତେ ଗୁରୁତର ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ରହୁଛନ୍ତି ତାହା ଦେଖିବାକୁ ପଡିବ ।
ରାଜ୍ୟରେ ବର୍ତ୍ତମାନ 63 ପ୍ରତିଶତ ଆଇସିୟୁ ଓ 62 ପ୍ରତିଶତ ଭେଣ୍ଟିଲେଟରେ ରୋଗୀ ଭର୍ତ୍ତି ଅଛନ୍ତି । ମାତ୍ର ଜେନେରାଲ ବେଡ଼ ଖାଲି ରହିଛି । ପୂର୍ବ ମାମଲା ଯୋଗୁଁ ଜଟିଳତା ବଢୁଛି । ଯେଉଁଥିପାଇଁ ଆଉ କିଛି ଦିନ ଏଭଳି ମୃତ୍ୟୁ ସଂଖ୍ୟା ରହିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ