ETV Bharat / city

ବାଟବଣା ସ୍ମାଇଲ, ମୁସ୍କାନ: ବିପଦରେ ଶୈଶବ - 'muskan-smile-pari' fails to bring simle in peoples face in odisha

ନିଖୋଜ ଅବହେଳିତ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଆରମ୍ଭ କରିଥିବା ମୁସ୍କାନ ସମନ୍ୱୟ ଅଭାବରୁ ବାଟବଣା ହୋଇପଡିଛି । ତଥାପି ୨୦୧୯ ମାର୍ଚ୍ଚ ସୁଦ୍ଧା ୧୦୦ ଜଣ ପୁଅଙ୍କ ମଧ୍ଯରୁ ୩୧ ଜଣ, ୫୦୨ ଜଣ ଝିଅଙ୍କ ମଧ୍ଯରୁ ୭୯ ଜଣ ଝିଅ ଉଦ୍ଧାର ହୋଇଥିବା ବିଧାନସଭାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 23, 2019, 9:38 AM IST

Updated : Jul 23, 2019, 2:05 PM IST

ଭୁବନେଶ୍ବର: ପ୍ରତିଦିନ ନିଖୋଜ ହେଉଥିବା ଶିଶୁ ଓ ଅବହେଳିତ ନିଷ୍ପେସିତ ହୋଇଥିବା ରାଜ୍ୟର ଶିଶୁଙ୍କୁ ଉପଯୁକ୍ତ ସୁରକ୍ଷା ଓ ସେମାନଙ୍କର ଭବିଷ୍ୟତ ପାଇଁ ରାଜ୍ୟ ସରକାର ଅପରେସନ ସ୍ମାଇଲ, ମୁସ୍କାନ ଓ ପରୀ ଭଳି ଯୋଜନା କରିଥିଲେ । କିଛିଦିନ ଧରି ଏହି ସବୁ ପୋଲିସ ଓ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ସହାୟତାରେ ବହୁ ଶିଶୁଙ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ଉଦ୍ଧାର କରାଯାଇଥିଲା । ହେଲେ ଏହିସବୁ ଏବେ ବାଟବଣା, ନା କାମ ଦେଉଛି ସ୍ମାଇଲ ନା ଚାଲିଛି ମୁସ୍କାନ ।

ବିଧାନସଭାରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ରଖିଥିବା ଉତ୍ତର ଚିନ୍ତା ଜନକ ହୋଇପଡିଛି କାରଣ ଦିନକୁ ଦିନ ପୁଅ ପିଲାଙ୍କ ଅପେକ୍ଷା ଝିଅ ପିଲା ଅଧିକ ନିଖୋଜ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସୂଚନା ମୁତାବକ, ୨୦୧୫ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସରକାର ଆରମ୍ଭ କରିଥିଲେ ଅପରେସନ ମୁସ୍କାନ, ପରେ ସ୍ମାଇଲ ଓ ପରୀ ଭଳି କାର୍ଯକ୍ରମ ୨୦୧୬ ରିପୋର୍ଟ ଅନୁସାରେ ମୋଟ ୫୦୧ ପୁଅଙ୍କ ମଧ୍ଯରୁ ୩୦୮ଜଣ ,୧୨୯୧ଜଣ ଝିଅଙ୍କ ମଧ୍ଯରୁ ୭୦୦ଜଣଙ୍କୁ ଉଦ୍ଧାର କରିଛି ଏହି ସବୁ ସଂସ୍ଥା ବା ପୋଲିସ । ସେହିପରି ୨୦୧୭ରେ ୪୯୧ ଜଣ ପୁଅଙ୍କ ମଧ୍ଯରୁ ୩୦୯ ଜଣ ,୧୩୬୦ ଜଣ ଝିଅଙ୍କ ମଧ୍ଯରୁ ୭୩୭ ଜଣ । ୨୦୧୮ରେ ୪୫୯ ଜଣ ପୁଅଙ୍କ ମଧ୍ଯରୁ୨୮୫ ଜଣ, ୧୮୭୫ ଜଣ ଝିଅଙ୍କ ମଧ୍ୟରୁ ୮୫୪ ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟପଟେ ୨୦୧୯ ମାର୍ଚ୍ଚ ସୁଦ୍ଧା ୧୦୦ଜଣ ପୁଅଙ୍କ ମଧ୍ଯରୁ ୩୧ ଜଣ, ୫୦୨ ଜଣ ଝିଅଙ୍କ ମଧ୍ଯରୁ ୭୯ ଜଣ ଝିଅ ଉଦ୍ଧାର ହୋଇଥିବା ଜଣାପଡିଛି ।ଅନେକ ସମୟରେ ବିଭିନ୍ନ ଅସୁବିଧା ପାଇଁ ପରିବାର ଲୋକେ ବିକ୍ରି କରିଦେଉଛନ୍ତି, ବିଭିନ୍ନ କଳକାରଖାନାରେ କାମ କରୁଥିବା ଦଲାଲ ଜରିଆରେ ଚାଲାଣ ହେଉଛନ୍ତି । ଏନେଇ ପୋଲିସରେ ଅଭିଯୋଗ କଲେ ମଧ୍ୟ ପୋଲିସ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।ଏନେଇ ନିଜ ମତ ରଖିଛନ୍ତି ଶିଶୁ ସୁରକ୍ଷା ବିଶେଷଜ୍ଞ ବେଣୁଧର ଦାସ । ଏହାସହ ପୂର୍ବତନ ପୋଲିସ ନିର୍ଦ୍ଦେଶକ କହିଛନ୍ତି, ପୋଲିସ ନୁହେଁ ସୋସିଆଲ ପୋଲିସିଂ ଆବଶ୍ଯକତା ରହିଛି। ଯେପରି ଦିନକୁ ପ୍ରାୟ ୪ଜଣ ଶିଶୁ ନିଖୋଜ ହେଉଛନ୍ତି, ପୋଲିସର କାର୍ଯ୍ୟରେ ଚାପ ଯୋଗୁଁ ଏସବୁ ସମାଧାନ ସମ୍ଭବ ହୋଇପାରୁନି । ଯାହାକୁ ନେଇ ସୋସିଆଲ ପୋଲିସିଂ ଜରିଆରେ ଏହାର ସମାଧାନ ପାଇଁ ଉପାୟ ଖୋଜିବାର ଆବଶ୍ଯକତା ରହିଛି ବୋଲି ଏସଏନ ତିୱାରୀ ।ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

testing

Conclusion:
Last Updated : Jul 23, 2019, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.