ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଶା ପୋଲିସ ହେଲା ସମ୍ମାନିତ। ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ମହିଳା ପୋଲିସକୁ ସମ୍ମାନୀତ କରାଯାଇଛି। କୋଭିଡ -19 ଭାଇରସ ସଂକ୍ରମଣ ବେଳେ ମହିଳା ପୋଲିସ କୋଭିଡ ଯୋଦ୍ଧା ଭାବରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲା। ଏଥିପାଇଁ ଓଡ଼ଶା ପୋଲିସ ପ୍ରଶଂସାରେ ଶତମୁଖ ଜାତୀୟ ମହିଳା କମିଶନ।

ଆଜି (ରବିବାର) ଜାତୀୟ ମହିଳା କମିଶନ ପାଳୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ବରଗଡ ଏସପି ଆଇପିଏସ ପଦ୍ମିନି ସାହୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକରଙ୍କ ହାତରୁ ଓଡ଼ିଶା ପୋଲିସ ଏହି ସମ୍ମାନ ଗ୍ରହଣ କରିଛି।

କୋଭିଡ -19 ଭାଇରସ ସଂକ୍ରମଣ ବେଳେ ନିଡର ଭାବରେ ନିରନ୍ତର ସେବା କରି ଚାଲିଥିଲେ ଓଡ଼ିଶା ପୋଲିସ। ଫଳରେ ଜାତୀୟ ସ୍ତରରେ ଏଭଳି ଗୌବମୟ ସମ୍ମାନରେ ସମ୍ମାନିତ ହୋଇ ପାରିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ