ETV Bharat / city

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ: ସର୍ବାଧିକ ନୟାଗଡ, ସର୍ବନିମ୍ନ ଝାରସୁଗୁଡା

ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ 70.21 ପ୍ରତିଶତ ହୋଇଛି ରେଜଲ୍ଟ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ

author img

By

Published : Aug 12, 2020, 12:12 PM IST

Updated : Aug 12, 2020, 1:07 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ 70.21 ପ୍ରତିଶତ ହୋଇଛି ରେଜଲ୍ଟ । ନୟାଗଡରେ ସର୍ବାଧିକ 86.51 ପ୍ରତିଶତ ପାସ୍‌ ହାର । ଝାରସୁଗୁଡାରେ ସର୍ବନିମ୍ନ ରେଜଲ୍ଟ ହୋଇଛି ।

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ: ଆଗରେ ନୟାଗଡ ପଛରେ ଝାରସୁଗୁଡା

ତେବେ ଚଳିତ ବର୍ଷ ବାଜି ମାରିଛନ୍ତି ପୁଅ । ପୁଅଙ୍କ ପାସ ହାର 39 ପ୍ରତିଶତ ରହିଥିବାବେଳେ ଝିଅଙ୍କ ପାସ ହାର 31 ପ୍ରତିଶତ ରହିଛି। ସମୁଦାୟ 38 ହଜାର 301 ଜଣ ପୁଅ ପାସ କରିଥିବାବେଳେ 30 ହଜାର 37 ଜଣ ଝିଅ ପାସ କରିଛନ୍ତି ।

ଚଳିତ ବର୍ଷ 137 ଜଣ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଗତବର୍ଷ ଏହା 60 ଥିଲା । ତେବେ ସମୁଦାୟ 97, 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ 68,374 ଜଣ ପାସ କରିଛନ୍ତି । ଯେଉଁଥିରେ 25,339 ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । 2019ରେ ପ୍ରଥମ ଶ୍ରେଣୀରେ 20,800 ଜଣ ପିଲା ପାସ୍‌ କରିଥିଲେ ।

ସେହିପରି 20ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହେଇଛି ଓ 15ଟି କଲେଜରେ ପାସ୍‌ ହାର ଶୂନ ପ୍ରତିଶତ ରହିଛି ।

ଛାତ୍ରଛାତ୍ରୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ସେହିପରି ମୋବାଇଲ ନମ୍ବର 0674-2300914/2300907 ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଜାଣିପାରିବେ । ସେହିପରି ସାମ୍ସର ଇ ସ୍ପେସ ମାଧ୍ୟମରେ କଲେଜ ଗୁଡିକୁ ସେମାନଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 12, 2020, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.