ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଓଡିଶା ପ୍ରଦେଶ କଂଗ୍ରେସର ମଙ୍ଗୁଆଳ ଭାବେ ପୁଣି ଥରେ ନିରଞ୍ଜନଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଏଆଇସିସି । ଏନେଇ ଏଆଇସିସିର ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ସବୁ କମିଟିକୁ ଭାଙ୍ଗି ଦିଆଯାଇଛି ।
ନିରଞ୍ଜନ ପଟ୍ଟନାୟକ ପୂର୍ବଭଳି ପିସିସି ସଭାପତି ଦାୟିତ୍ବରେ ରହିବେ । ଏହା ସହ କାର୍ଯ୍ୟକାରୀ ସଭାପତି ବି ଅପରିବର୍ତ୍ତିତ ରହିଛନ୍ତି । ପିସିସି ସଭାପତିରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ବି ତାକୁ ଗ୍ରହଣ କରାଯାଇ ନାହିଁ । ଫଳରେ ସେ ପୁଣି ପୂର୍ବଭଳି ସଭାପତି ଦାୟିତ୍ବରେ ରହିବେ ।
ତେବେ ବାକି ସବୁ କମିଟିକୁ ଭାଙ୍ଗି ଦିଆଯାଇଛି । ସବୁ କମିଟି ପୁଣି ଥରେ ଗଠନ ହେବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ