ETV Bharat / city

ମାସକ ମଧ୍ୟରେ ପିସିସି ପରିବର୍ତ୍ତନ !

author img

By

Published : Apr 14, 2022, 10:46 PM IST

ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତିରେ ଉଷ୍ମତା । ମାସେ ମଧ୍ୟରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଦଳୀୟ ନେତା । ଅଧିକ ପଢନ୍ତୁ

ମାସକ ଭିତରେ ବଦଳିବେ ପିସିସି ସଭାପତି: ବିଧାୟକ ମହମ୍ମଦ ମୋକିମ !

ଭୁବନେଶ୍ବର: ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତିରେ ଉଷ୍ମତା । ମାସେ ମଧ୍ୟରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଦଳୀୟ ନେତା ।

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ଆଶା କରାଯାଉଛି ଆଗାମୀ ଗୋଟିଏ ମାସ ଭିତରେ ପିସିସି ସଭାପତି ବଦଳିବେ । ରାଜ୍ୟ କଂଗ୍ରେସ ଏକ ଶୃଙ୍ଖଳିତ ଦଳ । ପିସିସି ସଭାପତି ପରିବର୍ତ୍ତନ ନେଇ ନିଷ୍ପତ୍ତି ହାଇକମାଣ୍ଡ ନେବେ । ଯାହାକୁ ବି ହାଇକମାଣ୍ଡ ପିସିସି ସଭାପତି କରିବେ ସମସ୍ତେ ତାଙ୍କୁ ମାନିବୁ ବୋଲି କହିଛନ୍ତି ମୋକିମ ।

ସେହିଭଳି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତା ଉପରେ ଆମେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୁଁ ବହୁତ ଆଗରୁ ଇସ୍ତଫା ଦେଇଛି ।

ଏହା ଆମ ଦଳର ଆଭ୍ୟନ୍ତରିଣ ବ୍ୟାପାର । ଇସ୍ତଫା ପତ୍ର ସାର୍ବଜନୀନ କରିବା ଆବଶ୍ୟକ ନାହିଁ । ନିଷ୍ପତି ଏଆଇସିସି ହାତରେ ରହିଛି । ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ପ୍ରତି 2/3 ବର୍ଷରେ ପିସିସି ପରିବର୍ତ୍ତନ ହୁଏ, ଏହା କିଛି ନୂଆ କଥା ନୁହେଁ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.