ETV Bharat / city

ଦରଦାମ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟିକିଆ ଧାରଣା ଦେବାକୁ ନିଷ୍ପତ୍ତି

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଏବଂ ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟକୁ କଂଗ୍ରେସର ବିରୋଧ । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିବ ଘଣ୍ଟିକିଆ ଧାରଣା । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟିକିଆ ଧାରଣା ଦେବାକୁ ନିଷ୍ପତ୍ତି
ଦରଦାମ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟିକିଆ ଧାରଣା ଦେବାକୁ ନିଷ୍ପତ୍ତି
author img

By

Published : May 23, 2021, 4:51 PM IST

ଭୁବନେଶ୍ବର: ଦୁଇଦିନ ତଳେ ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀଙ୍କ ଉପରୁ ଜୁନ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ଼ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସାରା ରାଜ୍ୟରେ ବହୁ ସ୍ବଳ୍ପ, ନିମ୍ନ ଆୟକାରୀ ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ ବି ସମ୍ପୃକ୍ତ ବ୍ୟକ୍ତି ବିଶେଷମାନଙ୍କର ଲାଇସେନ୍ସ ଫି ରାଜ୍ୟ ସରକାର ଛାଡ଼ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ସେ ମତବ୍ୟକ୍ତ କରିଛନ୍ତି ।

ସେହିପରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଏବଂ ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟ ଲଗାଇବା ଦ୍ଵାରା ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । କଂଗ୍ରେସ ଦଳ ଏହାକୁ ଦୃଢ଼ ବିରୋଧ କରୁଛି । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଉପରେ ବର୍ଦ୍ଧିତ ଭାଟକୁ କମ କରି ଖାଦ୍ୟ ପଦାର୍ଥର ଦରଦାମକୁ ନିୟନ୍ତ୍ରଣ କରିବା ଏବଂ ମହାମାରୀ ସମୟରେ ଗରିବ, ନିମ୍ନ ରୋଜଗାରକାରୀ, ଶ୍ରମିକ ଓ ମଧ୍ୟବିତଙ୍କୁ ଅହେତୁକ ଦରଦାମ ବୃଦ୍ଧି ଜନିତ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସର ସଭାପତିମାନେ ସେମାନଙ୍କର ଜିଲ୍ଲା ସଭାପତିଙ୍କୁ ଆସନ୍ତାକାଲି(ସୋମବାର) ପ୍ରତି ଜିଲ୍ଲାସ୍ତରରେ ମିଳିତ ଭାବେ ଘଣ୍ଟିକିଆ ଧାରଣା ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବାକୁ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସୂଚାରୂରୂପେ ସମନ୍ଵୟର ସହ ସମ୍ପୂର୍ଣ୍ଣ କୋଭିଡ ନିୟମକୁ ଅନୁପାଳନ କରି ସଫଳ କରିବାକୁ ସେ କହିଛନ୍ତି । ସେହିପରି ଛାମୁଆ ସଙ୍ଗଠନ ମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ବନ୍ଧୁମାନଙ୍କୁ ପଟ୍ଟନାୟକ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.