ETV Bharat / city

ଘରୋଇ ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ଓଡିଶା ଅଭିଭାବକ ମହାସଂଘର ପ୍ରେସମିଟ

author img

By

Published : Jan 11, 2021, 1:07 PM IST

ଘରୋଇ ସ୍କୁଲର ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟର ରାୟକୁ ନେଇ ଓଡିଶା ଅଭିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ କରିଛି। ଅଧିକ ପଢନ୍ତୁ:

ଘରୋଇ ସ୍କୁଲ ଫି ଛାଡ଼ ପ୍ରସଙ୍ଗ
ଘରୋଇ ସ୍କୁଲ ଫି ଛାଡ଼ ପ୍ରସଙ୍ଗ

ଭୁବନେଶ୍ବର: ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଓଡିଶା ଅଭିଭାବକ ମହାସଂଘର ପ୍ରେସମିଟ। ଘରୋଇ ସ୍କୁଲର ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟର ରାୟକୁ ନେଇ ଓଡିଶା ଅଭିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ କରିଛି। ଜାନୁଆରୀ ୭ରେ ଏନେଇ ଶେଷ ଶୁଣାଣି ହୋଇଥିବାବେଳେ ଗତକାଲି(ରବିବାର) ଫାଇନାଲ ଜଜମେଣ୍ଟ ଆସିଛି।

ଘରୋଇ ସ୍କୁଲ ଫି ଛାଡ଼ ପ୍ରସଙ୍ଗ

କୋର୍ଟର ଶୁଣାଣି ଅନୁଯାୟୀ, ରାଜ୍ୟର ସମସ୍ତ ଘରୋଇ ସ୍କୁଲ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ। ପୂର୍ବରୁ ରାଜ୍ୟ ସରକାର, ଅଭିଭାବକ ଓ ଘରୋଇ ସ୍କୁଲ ସଙ୍ଘ ସହ ଏକ ଏମଓୟୁ ହୋଇଥିଲା। ଯାହାକୁ ମାନିବାକୁ କୋର୍ଟ କହିଛନ୍ତି। ଏବଂ ସ୍କୁଲ ଗୁଡିକ ମୁନାଫାଖୋର ନହୋଇ ଏକ ନିର୍ଦ୍ଦିଷ୍ଟ ଫି ନିର୍ଦ୍ଧାରଣ କରନ୍ତୁ ବୋଲି ଦାବି କରିଛି ଅଭିଭାବକ ସଂଘ।

ଏମ୍ଓୟୁ ଆଧାରରେ କେଉଁ କେଉଁ ଘରୋଇ ସ୍କୁଲ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି, ତାର ତାଲିକା ପ୍ରକାଶ କରନ୍ତୁ। ଏବଂ ଏହାସହ ସେହି ସ୍କୁଲ ଗୁଡିକର ଏକ ଫି ଷ୍ଟ୍ରକ୍ଚର ତୁରନ୍ତ ତିଆରି କରନ୍ତୁ ବୋଲି ଦାବି କରି ଗଣଶିକ୍ଷା ବିଭାଗର ସଚିବଙ୍କୁ ଦାବିପତ୍ର ଦେବୁ ବୋଲି ସଙ୍ଘର ଅଧ୍ୟକ୍ଷ କହିଛନ୍ତି।

ଅନ୍ୟପଟେ, ଓକିଲ ବିଭୁତିଭୂଷଣ ଚୌଧୁରୀ କହିଛନ୍ତି ଯେ, ଅଭିଭାବକ ମହାସଂଘ ପ୍ରାର୍ଥନା କରିଥିଲେ ଯେ ରାଜ୍ୟ ସରକାରଙ୍କର ଘରୋଇ ସ୍କୁଲଙ୍କର କଣ୍ଟ୍ରୋଲ କରିବାର କୌଣସି ଅଧିକାର ନାହିଁ। ସମସ୍ତ ପକ୍ଷକୁ ନେଇ କରିଛନ୍ତି ଏମଓୟୁ । ରାଜ୍ୟ ସରକାର ଦେଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଶା ରଖାଯାଇଛି ଯେ, ସ୍କୁଲ ଫି କମାଇବା ପାଇଁ ଆଶା କରିଛନ୍ତି ।

ଭୁବନେଶ୍ବରରୁ ଭିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.