ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ୩ ପ୍ରମୁଖ ରାଜନୀତି ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ।
ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହାକୁ ନେଇ ଚଳଚଞ୍ଚଳ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡିକ ନିଜ ନିଜ ପ୍ରସ୍ତୁତି ଜୋରଦାର କରିଛନ୍ତି । ବିରୋଧୀ ତୃଣମୂଳ ସ୍ତରରେ ସଂଗଠିତ ହୋଇ ଶାସକ ଦଳକୁ କାଉଣ୍ଟର କରିବା ନେଇ ଅଣ୍ଟା ଭିଡିଲେଣି ।
କଂଗ୍ରେସ କେନ୍ଦ୍ରର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମୁଖ୍ୟ ଆୟୁଧ କରି ଘରକୁ ଘର ଯିବାକୁ ସ୍ଥିର କରିଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । କଂଗ୍ରେସ ଘରକୁ ଘର ଯିବ । କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି , ରାଜ୍ୟ ସରକାରଙ୍କ ଶୁଖିଲା ପ୍ରଚାର, ମାଳ ମାଳ ପ୍ରକଳ୍ପ ଉଦଘାଟନ ହେଲେ କାମ କିଛି ନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭା ଆସି ପାରିଲେନାହିଁ । ଏହାକୁ ପ୍ରସଙ୍ଗ କରିବ କଂଗ୍ରେସ ।
ସେପଟେ ଶାସକ ବିଜେଡି ନବୀନଙ୍କ ସ୍ବଛ ଶାସନ ଏବଂ ବିକାଶ ଧାରା କୁ ନେଇ ପଞ୍ଚାୟତ ନିର୍ବାଚନ ପାର ହେବ ବୋଲି କହିଛି। ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛି । ରାଜ୍ୟ ସରକାର ବିକାଶ ଦିଗରେ ବଢ଼ୁଛନ୍ତି। ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ବିଷୟରେ ଜନସାଧାରଣ ଜାଣିଛନ୍ତି। ତେଣୁ ବିଜେଡି ନିର୍ବାଚନରେ ବାଜିମାତ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି (BJD MLA Prasant Muduli) ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ