ETV Bharat / city

ମେ ପହିଲାରୁ ରାଜ୍ୟରେ ମାଗଣା ଟୀକାକରଣ, ଭ୍ୟାକ୍ସିନ ପାଇଁ ଅର୍ଡର ଦେଲା ଓଡିଶା

author img

By

Published : Apr 25, 2021, 9:36 PM IST

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ହେବ ମାଗଣା ଟିକାକରଣ । ଅଧିକ ପଢନ୍ତୁ...

ମେ ପହିଲାରୁ ରାଜ୍ୟରେ ମାଗଣା ଟୀକାକରଣ, ଭ୍ୟାକ୍ସିନ ପାଇଁ ଅର୍ଡର ଦେଲା ଓଡିଶା
ମେ ପହିଲାରୁ ରାଜ୍ୟରେ ମାଗଣା ଟୀକାକରଣ, ଭ୍ୟାକ୍ସିନ ପାଇଁ ଅର୍ଡର ଦେଲା ଓଡିଶା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମାଗଣା ଟିକା ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ସେରମ୍ ଇନଷ୍ଟିଚ୍ୟୁଟକୁ ଚିଠି ଲେଖି ୩.୭୭ କୋଟି ଡୋଜ୍‌ କୋଭିସିଲ୍‌ଡ ଟିକା ଯୋଗାଇବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ।

ସେହିପରି ୧୦.୩୪ ଲକ୍ଷ କୋଭାକ୍ସିନ୍ ଟିକା ଯୋଗାଇବାକୁ ମଧ୍ୟ ସରକାର ଭାରତ ବାୟୋଟେକକୁ ଚିଠି ଲେଖିଛନ୍ତି । ଭାରତ ବାୟୋଟେକ୍ କମ୍ପାନୀକୁ ଚିଠି ଲେଖାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମେ ୧ ପହିଲାରୁ ଟିକାକରଣ ଆରମ୍ଭ ହେଉଥିବାରୁ ଯଥାଶୀଘ୍ର ଟିକା ଯୋଗାଇବାକୁ ଚିଠିରେ ଉଲ୍ଲେଖ ରହିଛି ।

କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ ବାୟୋଟେକ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଆସୁଥିଲା କୋଭାକ୍ସିନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.