ଭୁବନେଶ୍ବର: କଂଗ୍ରେସ ନେତା ତଥା ପ୍ରସିଦ୍ଧ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଧାନୀରେ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଛି । ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଏହାସହ ପଞ୍ଜାବ ସରକାର ତାଙ୍କ ଭୁଲ ମାନି ଏହି ଘଟଣାକୁ ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ହତ୍ୟାକାଣ୍ଡର ଦୁଇ ପୂର୍ବରୁ ସିଦ୍ଧୁ ମୁସେ ୱାଲାଙ୍କ ସୁରକ୍ଷା ହଟାଇବା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ରାଜ୍ୟ ଛାତ୍ର କଂଗ୍ରେସ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର । ହତ୍ୟାକାଣ୍ଡର 2 ଦିନ ପୂର୍ବରୁ ହଟାଇଦିଆଯିବା ଏକ ବିରାଟ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ମୁଖପାତ୍ର ।
ଏହି ହତ୍ୟାକାଣ୍ଡ ପରେ ପଞ୍ଜାବରେ ଅନେକ କଣ୍ଠଶିଳ୍ପୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ସିଦ୍ଧୁ ମୁସେୱାଲାଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣ ସନ୍ଦିଗ୍ଧଙ୍କୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯାଇଛି ।