ETV Bharat / city

ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଆଉ ୫ ବିଧାୟକ ପଜିଟିଭ

author img

By

Published : Sep 29, 2020, 10:45 AM IST

ଆଜି ପୁଣି ୫ ବିଧାୟକ କୋଭିଡ ପଜେଟିଭ୍ ଥିବା ରିପୋର୍ଟ ଆସିଛି । ଗତକାଲି ହୋଇଥିବା ଟେଷ୍ଟିଂରୁ ୨୫ ବିଧାୟକ ମଧ୍ୟରେ ୫ ପଜିଟିଭ ଆସିଥିବା ସୂଚନା ମିଳିଛି । ପଜିଟିଭ ଆସିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ବିକ୍ରମ ପଣ୍ଡା ,ଜୟନ୍ତୀ ପଣ୍ଡା ,ଭୂଦାନ ମୁର୍ମୁ ,ଅଙ୍ଗଦ କଂଅର ,ସୋରଜ ମେହର ।

ବିଧାନସଭା ଅଧିବେଶନ ଆରମ୍ଭ ପୂବରୁ ଆଉ ୫ ବିଧାୟକ ପଜିଟିଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭା । ଏଥର ବିଧାନସଭା ବସିବା ପୂର୍ବରୁ ବିଧାୟକମାନଙ୍କ କୋଭିଡ୍ ପରିକ୍ଷା କରାଯାଇଥିଲା । ଆଜି ୫ ବିଧାୟକ କୋଭିଡ ପଜେଟିଭ୍ ଥିବା ରିପୋର୍ଟ ଆସିଛି । ଗତକାଲି ହୋଇଥିବା ଟେଷ୍ଟିଂରୁ ୨୫ ବିଧାୟକ ମଧ୍ୟରେ ୫ ପଜିଟିଭ ଆସିଥିବା ସୂଚନା ମିଳିଛି । ପଜିଟିଭ ଆସିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ବିକ୍ରମ ପଣ୍ଡା ,ଜୟନ୍ତୀ ପଣ୍ଡା ,ଭୂଦାନ ମୁର୍ମୁ ,ଅଙ୍ଗଦ କଂଅର ,ସୋରଜ ମେହର ।

ଏହାବ୍ୟତୀତ ଆଜି ବିଧାନସଭା ଅଧିବେଶନ ପାଇଁ କୋଭିଡ୍ ଗାଇଡ଼ଲାଇନକୁ ପାଳନ କରି ବିଧାନସଭାକୁ ସାନିଟାଇଜ୍ କରାଯାଇଛି । ବିଧାୟକମାନେ ଅଧିବେଶନରେ ଯୋଗଦେବା ସମୟରେ ମାସ୍କ ,ଫେସ ସିଲଡ୍ ଓ ସାନିଟାଇଜର ସାଥିରେ ଆଣିବେ ଏବଂ ଅନେକ ବିଧାୟକ ଜିଲ୍ଲା ହେଡ କ୍ଵାଟରରେ ହୋଇଥିବା ବ୍ୟବସ୍ଥା ମାଧ୍ୟମରେ ବିଧାସଭା ଅଧିବେଶନରେ ଯୋଗଦେବେ ।

ସୂଚନା ଅନୁସାରେ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ଜିଲ୍ଲାରେ ଭିଡିଓ କନଫରେନ୍ସ ଜରିଆରେ ଅଧିବେଶନରେ ସାମିଲ ହେବେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଅନଲାଇନ ଜରିଆରେ ବିଧାନସଭା ଅଧିବେଶନରେ ଯୋଗଦେବେ । ଏହାସହ କିଛି ବରିଷ୍ଠ ବିଧାୟକଙ୍କ ପାଇଁ ଲୋକସେବା ଭବନରେ ଥିବା ମୁଖ୍ୟ ଶାସନ ସଚିବଙ୍କ ଭିଡିଓ କନଫରେନ୍ସ ହଲରେ ସାମିଲ ହେବାର ବ୍ୟବସ୍ଥା କରାଯାଇଛି ।

ଏଥର ବିଧାନସଭାରେ ମୋଟ 8ଟି କାର୍ଯ୍ୟ ଦିବସ ରହିଛି । ବିରୋଧୀମାନେ ମଧ୍ୟ ବିଧାନସଭାରେ କୋରୋନା ପରିଚାଳନାରେ ଅନିୟମିତତା, କୃତ୍ରିମ ବନ୍ୟା, ବଗଲା ଧର୍ମଶାଳା ପ୍ରସଙ୍ଗ ଆଦି ଉଠେଇ ସରକାରଙ୍କ ଘେରିବ । ସେପଟେ ଶାସନ ଦଳ ମଧ୍ୟ କୃଷି ବିଲ୍ ଓ ଧାନର ଏମଏସପିକୁ ନେଇ କାଉଣ୍ଟର କରିବ । ଏହାସହ ରାଜ୍ୟ ସରକାର ମଧ୍ୟ କୃଷି ଅଧ୍ୟାଦେଶକୁ ବିଲରେ ପରିଣତ କରିବେ ଚଳିତ ଅଧିବେଶନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.