ETV Bharat / city

ଆଜିଠୁ ବିଧାନସଭା ଆରମ୍ଭ, ନବୀନ ନିବାସରୁ ସାମିଲ ହେବେ ମୁଖ୍ୟମନ୍ତ୍ରୀ

କୋରୋନା ଭୟ । ଏହା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ। ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 7ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିଛି।

author img

By

Published : Sep 29, 2020, 7:31 AM IST

ଆଜି ଠୁ ବିଧାନସଭା ଆରମ୍ଭ, ନବୀନ ନିବାସରୁ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରୋନା ଭୟ । ଏହା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ। ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 7ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିଛି।

ମୌସୁମୀ ଅଧିବେଶନ ସମୟରେ ଗୁରୁତ୍ବପୂର୍ଣ୍ଣ 9ଟି ଅଧ୍ୟାଦେଶ ସମେତ 16 ଟି ବିଲ୍ ଆଗତ ଓ ପାରିତ କରିବାକୁ ସରକାର ସ୍ଥିର କରିଛନ୍ତି। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଗୃହ କାର୍ଯ୍ୟରେ ଯୋଗ ଦେବେ।

ତେବେ ଗୃହ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ବିଧାୟକ, ସାମ୍ବାଦିକ ଓ ଅନ୍ୟ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ସୋମବାର ପରୀକ୍ଷା ହୋଇଥିବା 2 ଶହ କୋଭିଡ୍ ନମୁନା ମଧ୍ୟରୁ 3 ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ 12 ଜଣ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେହିପରି 36 ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଲଗାତର 2 ଦିନ ଧରି ପରୀକ୍ଷା କରାଯାଇଥିବା 950 ନମୁନାରୁ 184 ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବିଧାନସଭା କାର୍ଯ୍ୟ କିପରି ଚାଲିବ ସେନେଇ ଆଶଙ୍କା ଉପୁଜିଲାଣି। ସୂଚନା ଥାଉକି, ଗୃହ ଆରମ୍ଭ ହେବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍ ପରୀକ୍ଷା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.