ETV Bharat / city

ଛତିଶଗଡ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା: ସରକାର କରୁଛନ୍ତି ସମସ୍ତ ସହଯୋଗ

ଛତିଶଗଡ ରାୟପୁର ଠାରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣା ଉପରେ ଓଡିଶା ମୋ ପରିବାର ପକ୍ଷରୁ ପ୍ରେସମିଟ । ତୁରନ୍ତ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ସହ ମୃତଦେହକୁ ଗଞ୍ଜାମ ଫେରାଇ ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣା
ଛତିଶଗଡରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣା
author img

By

Published : Sep 5, 2020, 11:58 AM IST

ଭୁବନେଶ୍ବର:ରାୟପୁରରେ ଓଡିଆ ଶ୍ରମିକଙ୍କ ବସ ଦୁର୍ଘଟଣା ଉପରେ ‘ଓଡିଶା ମୋ ପରିବାର’ ପକ୍ଷରୁ ଅରୂପ ପଟ୍ଟନାୟକ ପ୍ରେସମିଟ୍ । ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତିଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। କୋଭିଡ ସମୟରେ ରାୟପୁରରେ ଏହି ଘଟଣା ଘଟିଛି, ଯାହା ଚିନ୍ତା ଜନକ । ସରକାର ଆହତଙ୍କ ତ୍ବରିତ୍ବ ଚିକିତ୍ସା ସହ ମୃତଦେହକୁ ଗଞ୍ଜାମ ଆଣିବାକୁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ଏହି ଦୁର୍ଘଟଣା ଆଜି ଭୋର ସମୟରେ ରାୟପୁର ଚେରିଖେଡି ନିକଟରେ ଘଟିଥିବାବେଳେ ଏଥିରେ 8 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

ଛତିଶଗଡରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣା

ପୂର୍ବରୁ କୋଭିଡ ସମୟରେ ସେମାନେ ଓଡ଼ିଶା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଏବେ ଗୁଜୁରାଟ ଯିବା ସମୟରେ ପୁଣି ଦୁର୍ଘଟଣା ହୋଇଛି। ବସରେ 65ରୁ ଅଧିକ ଶ୍ରମିକ ଥିଲେ । ସେପଟେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଡ୍ରାଇଭର ଫେରାର ଅଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ କରାଯାଇଛି ହୋଇଛି। ଓଡ଼ିଶା-ମୋ ପରିବାର ପକ୍ଷରୁ ସବୁ ତ୍ଵରାନ୍ବିତ ହୋଇଛି। ଆଗକୁ ଯେଭଳି ଏମିତି ଘଟଣା ନହୁଏ ସେ ନେଇ ସଚେତନତା ଉପରେ ପ୍ରାଥମିକତା ଦିଆଯିବ।

ସେପଟେ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଏଥିସହ ଘଟଣାସ୍ଥଳକୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଯିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.