ETV Bharat / city

ଦୁବାଇରୁ 4ଓଡିଆ ଶ୍ରମିକଙ୍କୁ ଉଦ୍ଧାର କଲା ଓଡିଶା ମୋ ପରିବାର - bbsr news

ଦୁବାଇରେ ଫସିଥିବା ଯାଜପୁର ଅଞ୍ଚଳର 4ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ପ୍ରଥମେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ । ଅଧିକ ପଢନ୍ତୁ...

odisha-mo-paribar-rescue-from-dubai-four-person-of-jajpur-area
ଦୁବାଇରେ ଫଶିଥିଲେ, ଉଦ୍ଧାର କଲା ଓଡିଶା ମୋ ପରିବାର
author img

By

Published : Feb 5, 2020, 4:49 PM IST

ଭୁବନେଶ୍ବର: ଦୀର୍ଘ ଦୁଇ ମାସର ଉଦ୍ୟମ ପରେ ଦୁବାଇରେ ଫସିଥିବା ଯାଜପୁର ଅଞ୍ଚଳର 4ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ପ୍ରଥମେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।

ଯାଜପୁର ଜିଲ୍ଲାର ନାଥପୁର ଗ୍ରାମର ଦୁଇ ଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିୟମିତ ଭାବେ ଦୁବାଇକୁ ନେଉଥିଲେ । ଏମାନଙ୍କ ପ୍ରଲୋଭନରେ ଯାଜପୁର ଜିଲ୍ଲା କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଦୁବାଇ ଯାଇଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ଅଫିସରେ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ, ଓଡ଼ିଶା ମୋ-ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ସ୍ବାଗତ କରିଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଓଡ଼ିଶା ମୋ-ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଦାସ, ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର ସେଠୀଙ୍କୁ ଜଣାଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ସହ ତାଙ୍କ ନିର୍ଦ୍ଦେଶରେ ଦୁବାଇସ୍ଥିତ ଦୂତାବାସ ତରଫରୁ ୪ ଜଣ ଯୁବକଙ୍କୁ ଆଇନ ସହାୟତା ଓ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଥିଲା ।

ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ରେସିଡେନ୍ସିଆଲ କମିଶନର ରବିକାନ୍ତଜୀ ଓ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ଓଡ଼ିଶା ମୋ-ପରିବାର ଆଇନ ପରାମର୍ଶଦାତା ଅବନୀକାନ୍ତ ସାହୁ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା-ମୋ ପରିବାର ତରଫରୁ ଆଜି ଭୋର ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେଠାରୁ ରାଜ୍ୟ ସରକାରଙ୍କ ତରଫରୁ ନିୟୋଜିତ କୋଲକାତାସ୍ଥିତ ଉକ୍ରଳ ଭବନର ଅଧିକାରୀମାନେ ଏୟାରପୋର୍ଟରୁ ଆଣିବା ସହ ଖାଦ୍ୟପେୟ ବ୍ୟବସ୍ଥା କରି ଟ୍ରେନ ଯୋଗେ ଭୁବନେଶ୍ୱର ପଠାଇଛନ୍ତି ।

ଯାଜପୁର ଜିଲ୍ଲାର ନାଥପୁର ଗ୍ରାମର ଦୁଇ ଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିୟମିତ ଭାବେ ଦୁବାଇକୁ ନେଉଥିଲେ । ଏମାନଙ୍କ ପ୍ରଲୋଭନରେ ଯାଜପୁର ଜିଲ୍ଲା କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଆସି ଦୁବାଇକୁ ଯାଇଥିଲେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ଅଫିସରେ ଆବାହକ ଅରୁପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ, ଓଡ଼ିଶା ମୋ-ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ସମସ୍ତ ୭ ଜଣଙ୍କ ବିଷୟରେ ଡିସେମ୍ବର ୫ ତାରିଖରେ ସ୍ଥାନୀୟ ସାମ୍ବାଦିକ ତପନ ଭଞ୍ଜ ଖବର ପାଇ ବିଧାୟକ ତଥା ଓଡ଼ିଶା ମୋ-ପରିବାର ସହ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ସହାୟତା ନେଇଥିଲେ । ଓଡ଼ିଶା ମୋ-ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଗୋପବ୍ଧୁ ଦାସ, ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର ସେଠୀଙ୍କୁ ଜଣାଇଥିଲେ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ସହ ତାଙ୍କ ନିର୍ଦ୍ଦେଶରେ ଦୁବାଇସ୍ଥିତ ଦୂତାବାସ ତରଫରୁ ୪ ଜଣ ଯୁବକଙ୍କୁ ଆଇନ ସହାୟତା ଓ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଥିଲା । ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ରେସିଡେନ୍ସିଆଲ କମିଶନର ରବିକାନ୍ତଜୀ ଓ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ଓଡ଼ିଶା ମୋ-ପରିବାର ଆଇନ ପରାମର୍ଶଦାତା ଅବନୀକାନ୍ତ ସାହୁ ବିଶେଷ ଭୂମିକା ଗ୍ରହଣ କରିଥିଲେ । Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.