ETV Bharat / city

ଅନୁମୋଦନ ଦେଲେ ବାଚସ୍ପତି, 10 ଲକ୍ଷକୁ ବଢିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା - ଅନୁମୋଦନ ଦେଲେ ବାଚସ୍ପତି

ପୂର୍ବତନ ଓ ବର୍ତ୍ତମାନ ବିଧାୟକଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି । 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି ହୋଇଛି ସ୍ବାସ୍ଥ୍ୟବୀମା । ଅଧିକ ପଢ଼ନ୍ତୁ

Odisha MLAs health insurance increased by ten lakhs after speakers approval
ଅନୁମୋଦନ ଦେଲେ ବାଚସ୍ପତି, 10 ଲକ୍ଷକୁ ବଢିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା
author img

By

Published : Sep 7, 2022, 9:54 PM IST

ଭୁବନେଶ୍ବର: ବଢିଲା ପୂର୍ବତନ ଓ ବର୍ତ୍ତମାନ ବିଧାୟକଙ୍କ ସ୍ବାସ୍ଥ୍ୟବୀମା । 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି ହୋଇଛି ସ୍ବାସ୍ଥ୍ୟବୀମା । ଏ ନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଓଡ଼ିଶା ବିଧାନସଭାର ପୂର୍ବତନ ଓ ବର୍ତ୍ତମାନ ଓ ସଦସ୍ୟ ବା ସଦସ୍ୟାଙ୍କ ପାଇଁ ସରକାରଙ୍କ ପକ୍ଷରୁ 2012-13 ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ସ୍ବାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ପ୍ରତ୍ୟେକ ପୂର୍ବତନ ଓ ବର୍ତ୍ତମାନ ସଦସ୍ୟ ବା ସଦସ୍ୟା ଏବଂ ସେମାନଙ୍କର ପତି ପତ୍ନୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ସୁବିଧା ଦିଆଯାଉଛି ।

ସ୍ବାସ୍ଥ୍ୟ ସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଏବଂ ପୂର୍ବତନ ବିଧାୟକମାନେ ଏହି ସ୍ବାସ୍ଥ୍ୟବୀମା ରାଶିର ପରିମାଣ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରିଆସୁଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ବାସ୍ଥ୍ୟବୀମା ରାଶିକୁ 5 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ପାଇଁ ଉପସ୍ଥାପନ କରାଯାଇଥିଲା ।

ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଛନ୍ତି । ଅର୍ଥ ବିଭାଗର ଉକ୍ତ ସହମତି କ୍ରମେ ପ୍ରତ୍ୟେକଙ୍କୁ ଏକ ବର୍ଷ ଅବଧି ପାଇଁ 10 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି । ଓଡ଼ିଶା ବିଧାନସଭାର ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ ଦେଇ 124 ଜଣ ବିଧାୟକ ଓ ବିଧାୟିକା ଏବଂ ସେମାନଙ୍କ 88 ଜଣ ପତି ବା ପତ୍ନୀ ଏଥିରେ ସାମିଲ ଅଛନ୍ତି । ମୋଟ 212 ଜଣଙ୍କୁ ଏହି ବର୍ଦ୍ଧିତ ସ୍ବାସ୍ଥ୍ୟବୀମାର ସୁବିଧା ମିଳିବ । ଏଥି ସହିତ ଓଡ଼ିଶା ବିଧାନସଭାର 317 ଜଣ ପୂର୍ବତନ ବିଧାୟକ ବା ବିଧାୟିକା ଏବଂ ସେମାନଙ୍କର 245 ଜଣ ପତି ବା ପତ୍ନୀ ଏଥିରେ ସାମିଲ ଅଛନ୍ତି । ମୋଟ 562 ଜଣ ଏହି ବର୍ଦ୍ଧିତ ସ୍ବାସ୍ଥ୍ୟବୀମାର ସୁବିଧା ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.