ETV Bharat / city

ବଦଳିବେ PCC ମୁଖିଆ ! କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ବିଧାୟକଙ୍କୁ ଦିଲ୍ଲୀ ଡାକରା । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଫୋନ କଲ । କଳି ତୁଟାଇବାକୁ ଆସିଛି ବିଧାୟକ ମାନଙ୍କୁ ଡକରା । ମେ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା କଂଗ୍ରେସ ନୂଆ ମଙ୍ଗୁଆଳ ପାଇଯିବ ବୋଲି କରାଯାଉଥିବା ଆକଳନର ପରିସମାପ୍ତି ଦିଲ୍ଲୀ ଦରବାରରେ ହିଁ ହେବ ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ଅଧିକ ପଢନ୍ତୁ

author img

By

Published : May 4, 2022, 7:55 AM IST

ଦିଲ୍ଲୀରେ ହେବ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା

ଭୁବନେଶ୍ବର: ବିଧାୟକଙ୍କୁ ଦିଲ୍ଲୀ ଡାକରା । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଫୋନ କଲ । କଳି ତୁଟାଇବାକୁ ଆସିଛି ବିଧାୟକ ମାନଙ୍କୁ ଡକରା । ମେ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା କଂଗ୍ରେସ ନୂଆ ମଙ୍ଗୁଆଳ ପାଇଯିବ ବୋଲି କରାଯାଉଥିବା ଆକଳନର ପରିସମାପ୍ତି ଦିଲ୍ଲୀ ଦରବାରରେ ହିଁ ହେବ ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି ।

କାରଣ ନିରଞ୍ଜନଙ୍କୁ ଦିଲ୍ଲୀ ଡକରାର ଗୋଟିଏ ଦିନ ପରେ ବିଧାୟକଙ୍କୁ ବି ଦିଲ୍ଲୀ ଡକରାରୁ ଏହି ଆଭାସ ମିଳିଛି । ଖାଲି ନିରଞ୍ଜନ ହଟିବେ ନାହିଁ ତାଙ୍କ ସହ ବିଧାୟକ ଦଳର ନେତା ନରସିଂହ ମିଶ୍ର ବି ହଟିବେ । ହେଲେ ଏହି ଦୁଇ ହେଭିୱେଟଙ୍କ ପଦବୀ ଯିବା ଆଗରୁ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦବୀରୁ ତାରାଙ୍କ ଇସ୍ତଫା ସ୍ପଷ୍ଟ ହୋଇସାରିଛି ।

ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେବା ସହ ପିସିସି ସଭାପତି ଦାୟିତ୍ବ ଦେଲେ ନେବାକୁ ଅମଙ୍ଗ ହେବେନି ବୋଲି କହିସାରିଲେଣି ବାହିନୀପତି । ତେବେ ଆସନ୍ତା ୫ ତାରିଖରେ ଦିଲ୍ଲୀ ଯିବାକୁ ତାଙ୍କୁ ଡାକରା ଆସିଛି । ସଂଗଠନ ଉତଥାନ ପାଇଁ ସେ ନିଶ୍ଚୟ ଆଲୋଚନା କରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.