ETV Bharat / city

ରାଜ୍ୟ ସରକାରଙ୍କୁ ମିଲର ଚୂନ ଲଗାଇଛନ୍ତି 142 କୋଟି

author img

By

Published : Feb 26, 2020, 7:08 PM IST

ରାଜ୍ୟର ପ୍ରଭାବଶାଳୀ ମିଲରମାନେ ଖାଲି ଚାଷୀଙ୍କୁ ଶୋଷୁନାହାଁନ୍ତି, ସୁବିଧା ସୁଯୋଗ ଦେଖି ରାଜ୍ୟ ସରକାରଙ୍କୁ ମଧ୍ୟ ଶୋଷିବାକୁ ପଛାଉ ନାହାଁନ୍ତି । ଆଉ ଯାହା ସ୍ବୀକାର କରିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେଉଁ ମିଲର କେତେ ଠକିଛନ୍ତି ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ରାଜ୍ୟରେ ମିଲରଙ୍କ ରାଜ । ଚାଷୀଙ୍କୁ ଶୋଷୁଥିବା ମିଲର ସରକାରଙ୍କୁ ମଧ୍ୟ ଛାଡି ନାହାଁନ୍ତି । 6ରୁ 7 ବର୍ଷ ମଧ୍ୟରେ ସରକାରଙ୍କୁ ଠକିଛନ୍ତି 142 କୋଟି ଟଙ୍କା । ଧାନ ନେଇ ଚାଉଳ ଦେବାକଥା । କିନ୍ତୁ ଶହଶହ କୋଟି ଟଙ୍କାର ଧାନ ନେଇ ମିଲର ସରକାରଙ୍କୁ ବନାଇଛନ୍ତି ଭକୁଆ । ରାଜ୍ୟ ସରକାର ଓ ଯୋଗାଣ ବିଭାଗ ମଧ୍ୟ ମିଲରଙ୍କ ଆଗରେ ଅସହାୟ ହୋଇପଡିଛନ୍ତି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଅଣ ତାରକା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏହା କହିଛନ୍ତି ।

VIDEO
ରାଜ୍ୟ ସରକାରଙ୍କୁ ମଧ୍ୟ ମିଲର ଚୂନ ଲଗାଇଛନ୍ତି 142 କୋଟି

ଏଭଳି ଚାଞ୍ଚଲ୍ଯକର ଉତ୍ତର ଆଜି (ବୁଧବାର) ବିଧାନସଭାରେ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦୯-୧୦ ଆର୍ଥିକ ବର୍ଷରୁ ୨୦୧୬-୧୭ ମଧ୍ୟରେ ମିଲର ଏହି କାରନାମା କରିଛନ୍ତି । ରାଜ୍ୟର ୧୯ ଟି ଜିଲ୍ଲାର ୯୨ ମିଲର ସରକାରଙ୍କ ଠାରୁ ଧାନ ନେଇ ଚାଉଳ ଦେଇ ନାହାଁନ୍ତି । ୨୦୦୯-୧୦ ଆର୍ଥିକ ବର୍ଷରୁ ୨୦୧୬-୧୭ ମଧ୍ୟରେ 142 କୋଟି 51 ଲକ୍ଷ 41 ହଜାର 775 ଟଙ୍କାର ଧାନ ନେଇଛନ୍ତି ମିଲର ।

ମନ୍ତ୍ରୀ କହିଛନ୍ତି କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ 19 ଜଣ ମିଲର ଠକିଛନ୍ତି 26 କୋଟି 21 ଲକ୍ଷ 29 ହଜାର 535 ଟଙ୍କା । ନୂଆପଡାରେ 6 ଜଣ ମିଲର ଠକିଛନ୍ତି 17 କୋଟି 34 ଲକ୍ଷ 19 ହଜାର 900 ଟଙ୍କା । ସୋନପୁରରେ 6 ମିଲର 11 କୋଟି 14 ଲକ୍ଷ 26 ହଜାର 94 ଟଙ୍କା, ସମ୍ବଲପୁରରେ 6 ମିଲର 16 କୋଟି 99 ଲକ୍ଷ 37 ହଜାର 179 ଟଙ୍କା ଠକିଛନ୍ତି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ 3 ମିଲର 1 କୋଟି 37 ଲକ୍ଷ 80 ହଜାର 104 ଟଙ୍କା, କୋରାପୁଟରେ 2 ମିଲର 1 କୋଟି 59 ଲକ୍ଷ 21 ହଜାର 684 ଟଙ୍କା, ଖୋର୍ଦ୍ଧାରେ 3 ମିଲର 5 କୋଟି 9 ଲକ୍ଷ 14 ହଜାର 596 ଟଙ୍କା, କେନ୍ଦ୍ରାପଡାରେ 2 ମିଲର 79 ଲକ୍ଷ 23 ହଜାର 220 ଟଙ୍କା, ବାଲେଶ୍ୱରରେ 8 ମିଲର 19 କୋଟି 53 ଲକ୍ଷ 90 ହଜାର 312 ଟଙ୍କା, ବରଗଡରେ 4 ମିଲର 6 କୋଟି 85 ଲକ୍ଷ 87 ହଜାର 517 ଟଙ୍କା, ଭଦ୍ରକରେ 4 ମିଲର 7 କୋଟି 42 ଲକ୍ଷ 45 ହଜାର 894 ଟଙ୍କାର ଧାନ ନେଇ ଚାଉଳ ଦେଇ ନାହାଁନ୍ତି ।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଜଣେ ମିଲର 10 ଲକ୍ଷ 93 ହଜାର 284 ଟଙ୍କା, କଟକରେ 5 ମିଲର 10 କୋଟି 43 ଲକ୍ଷ 4 ହଜାର 719 ଟଙ୍କା, ଦେବଗଡରେ 2 ମିଲର1 କୋଟି 9 ଲକ୍ଷ 7 ହଜାର 50 ଟଙ୍କା, ଢେଙ୍କାନାଳରେ 2 ଜଣ ମିଲର 44 ଲକ୍ଷ 22 ହଜାର 844 ଟଙ୍କା, ଗଞ୍ଜାମରେ 11 ମିଲର 1 କୋଟି 63 ଲକ୍ଷ 70 ହଜାର 891 ଟଙ୍କା, ଜଗତସିଂହପୁରରେ 3 ମିଲର 2 କୋଟି 22 ଲକ୍ଷ 96 ହଜାର 370 ଟଙ୍କା, ଯାଜପୁର 1 ମିଲର 2 କୋଟି 33 ଲକ୍ଷ 82 ହଜାର 69 ଟଙ୍କା, ଝାରସୁଗୁଡାରେ 4 ମିଲର 9 କୋଟି 86 ଲକ୍ଷ 88 ହଜାର 506 ଟଙ୍କାର ଧାନ ନେଇଛନ୍ତି । ହେଲେ ଚାଉଳ ଫେରାଉ ନାହାଁନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.