ETV Bharat / city

ଆସୁଛି ବାତ୍ୟା, ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ - ବାତ୍ୟା ଅପଡେଟ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଧିରେ ଧିରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେବ । ମତ୍ସ୍ୟଜୀବୀଙ୍କୁ 23 ସୁଦ୍ଧା ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ । ଅଧିକ ପଢନ୍ତୁ...

ଆସୁଛି ବାତ୍ୟା ୟସ, ସତର୍କ ସୂଚନା ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ

author img

By

Published : May 20, 2021, 1:59 PM IST

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଧିରେ ଧିରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେବ । ୨୬ ତାରିଖ ସକାଳ ସମୟରେ ଏହି ବାତ୍ୟା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଭାଗରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି ।

ଆସୁଛି ବାତ୍ୟା ୟସ୍, ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
ଚଳିତ ମାସ ଶେଷ ସପ୍ତାହରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିବା ନେଇ ଆକଳନ କରିଛି ଆଇଏମଡି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ ବଳୟ ଯାହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ୨୩ ତାରିଖରେ ଏହାର ଗତିବିଧି, ପବନର ବେଗ ନେଇ ଚୂଡାନ୍ତ ଆକଳନ କରିହେବ, ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ତେବେ ଏବେ ଠାରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ତେବେ ବାତ୍ୟା ୟସ ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ରହିବ । ଏହାସହ ୨୭ ତାରିଖ ସୁଦ୍ଧା ସମୁଦ୍ରରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ମସ୍ତ୍ରଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.