ଭୁବନେଶ୍ବର: ରାଜ୍ୟରେ ଏକ ଲୋକାୟୁକ୍ତ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ (୨୦୧୮ର ଓଡିଶା ଅନିୟମ୧୬) ପ୍ରଣୟନ କରାଯାଇଛି ।
ଉକ୍ତ ଅଧିନିୟମର ଧାରା ୮ ର ଉପଧାରା (୧) ର ଖଣ୍ଡ (୩) ଓ (ii) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଲୋକାଯୁକ୍ତ ଅଧକ୍ଷ ଓ ସଦସ୍ୟମାନେ ସେମାନଙ୍କ ପୁନଃ ଅବସ୍ଥାପନ ବା ଅନ୍ୟ କେତେକ ନିଯୁକ୍ତି ଅବସ୍ଥାପନ ନିମନ୍ତେ କଟକଣା ରହିଛି ।
ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ଅଧକ୍ଷ ଓ ସଦସ୍ୟମାନେ ପଦ ନିବୃତ ହେବାପରେ କୌଣସି ଲୋକାଯୁକ୍ତ ଅଧକ୍ଷା ଓ ସଦସ୍ୟଭାବେ ପୁନଃ ଅବସ୍ଥାପନ ଏବଂ ବିଧି ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ନ୍ୟସ୍ତ କରାଯାଇଛି। ଏଣୁ ଓଡିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ ର ଧାରା ୮(୧) ର ଖଣ୍ଡ (n) ଓ (i) ରେ ଥିବା ବ୍ୟବସ୍ଥାରେ ରହିଛି।
ଅଧକ୍ଷ ଓ ସଦସ୍ୟମାନଙ୍କର ସେମାନଙ୍କ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟ ବାହାରେ ପୁନଃ ନିଯୁକ୍ତି ଅବସ୍ଥାପନ ବାରଣ କରାଯାଉଛି । ଏହାସହ ସେଗୁଡିକୁ ଉପଯୁକ୍ତ ଭାବେ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ