ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ କୋରୋନା । ସଂକ୍ରମଣକୁ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସରକାରୀ ଦପ୍ତରକୁ ସାନିଟାଇଜ କରାଯାଉଛି । ଆଜି ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଛି ।
ଅଗ୍ନିଶମ ବିଭାଗ ପକ୍ଷରୁ ଲୋକସେବା ଭବନ ସମେତ ସମ୍ମୁଖ ରାସ୍ତାକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଭୁବନେଶ୍ବରରେ ଶୁକ୍ରବାର ଯାଏଁ 200ଟି ସ୍ଥାନରେ ସାନିଟାଇଜ୍ ସରିଥିବାବେଳେ ଶନିବାର ଆହୁରି ୧୫୦ଟି ସ୍ଥାନରେ ସାନିଟାଇଜ୍ ହୋଇଛି । ପୂର୍ବରୁ ମଧ୍ୟ ଲୋକସେବା ଭବନ ଓ ପୋଲିସ ଭବନ ଏବଂ ବିଧାନସଭାକୁ ସାନିଟାଇଜ୍ କରାଯାଇଥିଲା ।
ନିକଟରେ ବିଧାନସଭାର ୫ କର୍ମଚାରୀ କୋରୋନା ପଜେଟିଭ୍ ଆସିବା ପରେ ପୁଣି ଥରେ ସାନିଟାଇଜ ହେବ ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହାସହ ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଗାଇଡ଼ ଲାଇନ ମଧ୍ୟ ଜାରି କାରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ