ETV Bharat / city

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ନିଗମ ଅଧ୍ୟକ୍ଷ

ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଭାଗୀୟ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ବିଭିନ୍ନ ଗଭୀର ନଳକୂପ କ୍ଲଷ୍ଟର ପ୍ରକଳ୍ପ ପରିଦର୍ଶନ କରିବା ସହ କୃଷକ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅମରେଶ । ଅଧିକ ପଢନ୍ତୁ...

author img

By

Published : Aug 31, 2021, 10:26 PM IST

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ବର: ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଭାଗୀୟ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ବିଭିନ୍ନ ଗଭୀର ନଳକୂପ କ୍ଲଷ୍ଟର ପ୍ରକଳ୍ପ ପରିଦର୍ଶନ କରିବା ସହ କୃଷକ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅମରେଶ ।

ଛତ୍ରପୁର ନିର୍ବାଚନମଣ୍ଡଳୀର ଝାରେଡି ରାଧାଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଞ୍ଚଣାପାଲି ଗ୍ରାମ ଗସ୍ତ କରିଛନ୍ତି ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଅମରେଶ ପତ୍ରୀ । ସେଠାରେ ଗଭୀର ନଳକୂପ କ୍ଲଷ୍ଟର ପ୍ରକଳ୍ପ ପରିଦର୍ଶନ କରିଛନ୍ତି ସେ । ଏହି ପ୍ରକଳ୍ପ ଦ୍ୱାରା କୃଷକମାନେ କିପରି ଜଳସେଚନ ସୁବିଧା ପାଇ ପାରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଛନ୍ତି । ଜଳସେଚନ ସମସ୍ୟା ସମ୍ପର୍କିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସ୍ଥାନୀୟ କୃଷକ ଓ ଉଠା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ବିଭିନ୍ନ ସ୍ଥାନରେ ଥିବା ଉଠା ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯାଇ କିପରି ଅଧିକ ଜମିକୁ ଜଳସେଚନ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ଡିଭିଜନ ବ୍ରହ୍ମପୁର ନିର୍ବାହୀ ଯନ୍ତ୍ରୀ ଇଂ.ଶିବରାମ ପଣ୍ଡା ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ସେହିପରି ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଭଦ୍ରକର ଉଠା ଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି, ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଏହି ବୈଠକ ଡାକିଥିଲେ । କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ନିର୍ମାଣାଧିନ ଉଠା ଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ଶୀଘ୍ର ଶେଷ କରିବା, ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବା ପ୍ରକଳ୍ପଗୁଡିକର ରକ୍ଷଣାବେଷଣ ଓ ଜଳସେଚନର ସୁପରିଚାଳନା ଉପରେ ଆଲୋଚନା କରାଯାଇଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଭଦ୍ରକ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ଯଶୋବନ୍ତ ପ୍ରଧାନଙ୍କ ସମେତ ଅନ୍ୟ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.