ETV Bharat / city

Odisha Knowledge Hub Lecture Series: ଗ୍ରାମୀ ପୁରସ୍କାର ବିଜେତା ରିକି କେଜ ସାମିଲ

author img

By

Published : Jul 5, 2022, 12:24 PM IST

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଓଡିଶା ନଲେଜ ହବ ବକ୍ତୃତାମାଳା ଶୃଙ୍ଖଳାରେ ୨୫ ତମ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଚିବାଳୟର ନୂତନ କନଭେନସନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Odisha Knowledge Hub Lecture Series
Odisha Knowledge Hub Lecture Series

ଭୁବନେଶ୍ବର: ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଓଡିଶା ନଲେଜ ହବ ବକ୍ତୃତାମାଳା ଶୃଙ୍ଖଳାରେ ୨୫ତମ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଚିବାଳୟର ନୂତନ କନଭେନସନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଖ୍ୟାତ ସଂଗୀତକାର ରିକି କେଜ୍ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ଵ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସୃଜନଶୀଳ ସଂଗୀତକୁ କିପରି ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମସ୍ତ ଜିଲ୍ଲାରୁ ଅନେକ ଛାତ୍ର ଛାତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶ ଗ୍ରହଣ କରିଥଲେ । ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିବାବେଳେ ରିକି କେଜଙ୍କୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମ୍ବର୍ଦ୍ଧିତ କରିଛନ୍ତି ।

Odisha Knowledge Hub Lecture Series

ଓଡିଶାର ସୌନ୍ଦର୍ଯ୍ୟ ଓ ମହାନତାକୁ ପ୍ରଶଂସା କରିଛନ୍ତି ରିକି କେଜ । ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି । 'ମାଇ ଆର୍ଥ ସଙ୍ଗସ' ଉପରେ ବକ୍ତବ୍ୟ ରଖିଥିଲେ ଦୁଇ ଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଙ୍ଗୀତକାର ରିକି କେଜ । ସେ କହିଥିଲେ ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ଛୁଇଁଥାଏ । ସମସ୍ତଙ୍କ ମନୋଭାବରେ ପରିବର୍ତ୍ତନ ଆଣେ ସଙ୍ଗୀତ । ଏହା ସହ ବନ୍ୟଜନ୍ତୁ ଓ ସେମାନଙ୍କ ସୁରକ୍ଷା ପାଇଁ ତାଙ୍କ ଉଦ୍ୟମ ସମ୍ପର୍କରେ କହିଥିଲେ । ଜଳବାୟୁ ପରିବର୍ତ୍ତନ ଉପରେ ଅଭିଜ୍ଞତାକୁ ଉପସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିକି କେଜଙ୍କୁ ପ୍ରଶଂସା କରିଥିଲେ । ସଙ୍ଗୀତ ଜରିଆରେ ପରିବେଶ ସଚେତନତା ସୃଷ୍ଟି ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। 2016ରୁ ବିଭିନ୍ନ କ୍ଷେତ୍ରରେ ନୂତନ ଚିନ୍ତାଧାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଓଡିଶା ନଲେଜ୍ ହବ ଲେକଚର ସିରିଜର ଆୟୋଜନ କରି ଆସୁଛନ୍ତି ।

ଓଡିଶା ନଲେଜ ହବ ବକ୍ତୃତାମାଳା ଶୃଙ୍ଖଳାରେ ୨୫ ତମ ବକ୍ତୃତା ପ୍ରଦାନ କରିଛନ୍ତି ଏକାଧିକ ଗ୍ରାମୀ ପୁରସ୍କାର (Grammy Award) ବିଜେତା ରିକି କେଜ । 1981 ମସିହା ଅଗଷ୍ଟ 5 ତାରିଖରେ ଜନ୍ମିତ ରିକି ଜଣେ ସଙ୍ଗୀତକାର ସହ ପରିବେଶବିତ୍ । ବାଙ୍ଗାଲୋରସ୍ଥିତ ବିଶପ୍ କଟନ୍ ବାଳକ ବିଦ୍ୟାଳୟରୁ (Bishop Cotton Boy's High School ) ସ୍କୁଲଶିକ୍ଷା ଏବଂ ବାଙ୍ଗାଲୋରସ୍ଥିତ Oxford Dental College ରୁ ଦନ୍ତ ଚିକିତ୍ସା ଶିକ୍ଷା ସମାପ୍ତି ପରେ ସଙ୍ଗୀତକୁ ପେଶା ହିସାବରେ ଗ୍ରହଣ କରିଛନ୍ତି ରିକି । ସେ ଜଣେ ସ୍ବପ୍ରଶିକ୍ଷିତ ସଙ୍ଗୀତକାର ହୋଇଥିଲେ ମଧ୍ୟ 24 ବର୍ଷ ବୟସରେ ବିଧିବଦ୍ଧ ଭାବରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି । ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ସମୟରେ ଏକ Progressive Rock Bandରେ ଯୋଗଦାନ ତାଙ୍କ ସଙ୍ଗୀତ ସାଧନାର ଭିଭିଭୂମି ସ୍ଥାପନ ଏବଂ ସଙ୍ଗୀତ ସମ୍ପର୍କିତ ଜ୍ଞାନଲାଭ ପାଇଁ ସହାୟକ ହୋଇଥିଲା ।

ରିକିଙ୍କର 17 ଟି studio ଆଲ୍‌ବମ୍ ମୁକ୍ତି ଲାଭ କରିଛି । 2015 ରେ "Best New Age Album" ବର୍ଗରେ ତାଙ୍କର ଆଲ୍‌ବମ୍ , "Winds of Samsara" ପାଇଁ ସେ 57 ତମ ବାର୍ଷିକ ଗ୍ରାମୀ ପୁରସ୍କାର ଲାଭ କରିଥିଲେ । ନ୍ୟୁୟର୍କ ଏବଂ ଜେନେଭାସ୍ଥିତ ମିଳିତ ଜାତିସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ସମେତ 30 ରୁ ଅଧିକ ଦେଶରେ ରିକି ସଙ୍ଗୀତ ପରିବେଷଣ କରିଛନ୍ତି । 20 ରୁ ଉର୍ଦ୍ଧ୍ବ ଦେଶ ମାନଙ୍କରୁ 100ରୁ ଅଧିକ ପୁରସ୍କାର ପାଇଛନ୍ତି । ଭୂମି ଅବନତି, ମରୁଭୂମିକରଣ ଏବଂ ମରୁଡି ସମ୍ପର୍କିତ ଆହ୍ବାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଙ୍କୁ COP 14 ରେ " UNCCD Land Ambassador " ଭାବରେ ନାମିତ କରାଯାଇଛି । ସେ ମଧ୍ଯ UNESCO - MGIEP , "Global Ambassador for Kindness" , "UNICEF Celebrity Supporter" ଏବଂ "Earth Day Network" ର Ambassaor ଭାବରେ କାର୍ଯ୍ୟ କରୁଛନ୍ତି । 2018 ମସିହା ମେ ମାସରେ “ଉଲ୍ଲେଖନୀୟ ସଙ୍ଗୀତ ଏବଂ ମାନବୀୟ ଉପଲବ୍ଧି' ପାଇଁ କାନାଡ଼ାର House of Commons ରେ ତାଙ୍କୁ ସମ୍ମାନିତ କରାଯାଇଛି ।2020 ମସିହାରେ କେଜଙ୍କୁ ସଙ୍ଗୀତ, ଜୀବନଶୈଳୀ, ସଚେତନତା ଏବଂ କାର୍ଯ୍ୟ ମାଧ୍ୟମରେ ତାଙ୍କର ପ୍ରତିଭାକୁ ବ୍ୟବହାର କରି ପୃଥିବୀକୁ ଉନ୍ନତ କରିବାର ପ୍ରୟାସ ପାଇଁ "GQ Heroes" ରେ ସ୍ଥାନିତ କରାଯାଇଛି ।

ସଙ୍ଗୀତକାର ଭାବରେ ତାଙ୍କର ଜୀବନ ଓ ଯାତ୍ରା ସମ୍ପର୍କରେ ବର୍ତ୍ତମାନ ICSE ପାଠ୍ୟକ୍ରମର ସପ୍ତମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । 2016 ମସିହାରେ ଜୟପୁରରେ "Save the Children's" ର ନୂତନ ବିଶ୍ବସ୍ତରୀୟ ଅଭିଯାନର “ପ୍ରତ୍ୟେକ ଶେଷ ଶିଶୁ” ( Every Last Child ) ପାଇଁ କେଜ୍‌ଙ୍କୁ ଶୁଭେଛୁ ରାଷ୍ଟ୍ରଦୂତ ( Goodwill Ambassador ) ଭାବରେ ନାମିତ କରାଯାଇଛି । ନ୍ୟୁୟର୍କ ସ୍ଥିତ ମିଳିତ ଜାତିସଂଘର ମୁଖ୍ୟକାର୍ଯ୍ୟାଳୟରେ ତାଙ୍କୁ "United Nations Global Humanitarian Artist" ପୁରସ୍କାର ଏବଂ ଭାରତରେ "Youth Icon of India Award" ପ୍ରଦାନ କରାଯାଇଛି । ସେ ମିଳିତ ଜାତିସଂଘ ସାଧାରଣ ପରିଷଦ ସଭାଗୃହରେ "Shanti Samsara"ର କିୟଦଂଶ ପରିବେଷଣ କରିଛନ୍ତି । ପରିବେଶ ଏବଂ ନିରନ୍ତର ବିକାଶ (sustainability) ସମ୍ପର୍କରେ ଶିଶୁମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କେଜ୍‌ଙ୍କର "My Earth Songs” 2018 ମସିହାରେ ମୁକ୍ତିଲାଭ କରିଥିଲା । ଏହା ମିଳିତ ଜାତିସଂଘର “ନିରନ୍ତର ବିକାଶ ଲକ୍ଷ୍ୟ” (Sustainable Development Goals) ଉପରେ ଆଧାରିତ 27 ଗୋଟି ଗୀତ ଯାହା ଯୁବପିଢ଼ିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ପ୍ରେରଣା ପ୍ରଦାନ କରିବା ସହ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ । UNICEF ଦ୍ବାରା ଲୋକାର୍ପଣ ହୋଇଥିବା ଏହି ଗୀତଗୁଡ଼ିକ ପାଞ୍ଚଲକ୍ଷରୁ ଅଧିକ ପାଠ୍ୟ ପୁସ୍ତକରେ (ଇଂରାଜୀ, ହିନ୍ଦୀ ଏବଂ କନ୍ନଡ଼ ଭାଷାରେ ପ୍ରକାଶିତ ହୋଇଛି ।

ଏହି ଗୀତଗୁଡ଼ିକର ପ୍ରସାର ଏବଂ ପ୍ରଭାବ ଯୋଗୁଁ 2019 ମସିହା ମେ ମାସ 2 ତାରିଖରେ ଜର୍ମାନୀର ବନ୍ ଠାରେ ମିଳିତ ଜାତିସଂଘର "SDG Action Awards"ରେ "My Earth Songs"କୁ ସମ୍ମାନିତ କରାଯାଇଛି ।ଜୁଲାଇ 2019 ରେ କାରଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ବିଂଶତିତମ ବିଜୟ ଦିବସ ପାଳନ ଅବସରରେ କେଜ୍ ଲେଡ୍‌ରେ ଅବସ୍ଥାପିତ ଭାରତୀୟ ସେନାର 10,000 ରୁ ଅଧିକ ଯବାନଙ୍କ ସମ୍ମୁଖରେ ଏକ concert ପରିବେଷଣ କରିଥିଲେ । ଅକ୍ଟୋବର 2019 ରେ ଶ୍ରୀଲଙ୍କାର କଲମ୍ବୋରେ ମିଳିତ ଜାତିସଂଘର "United Nations Global Campaign on Sustainable Nitrogen Management" କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ ସେ ସଂଗୀତ ପରିଷେଣ କରିଥିଲେ । ରିକି, ବର୍ଷା ଗୌଡ଼ାଙ୍କୁ ବିବାହ କରିଛନ୍ତି ଯିଏକି ନିଜେ ଜଣେ ସଙ୍ଗୀତଜ୍ଞ ଏବଂ ରିକିଙ୍କର ଅନେକ ସଂଗୀତ ରଚନାରେ ତାଙ୍କର ଅବଦାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.