ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର OJEE (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ବାହାରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । www.ojee.nic.inରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ 57 ହଜାର 898 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ 47 ହଜାର 761 ଜଣ ଛାତ୍ରଛାତ୍ରୀ ଯଥା 82 ପ୍ରତିଶତ ପରୀକ୍ଷା ଦେଇଥିଲେ । ସେଥିରୁ 47 ହଜାର 729 ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ଦିଆଯାଇଛି । ସମସ୍ତ କୃତି ପରୀକ୍ଷାର୍ଥୀ ପ୍ରଦର୍ଶନ ଅନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ପାଠ୍ୟକ୍ରମ ଆଡମିଶନ ନିମନ୍ତେ ojee councilingରେ ଅଂଶଗ୍ରହଣ କରିପାରିବେ । ଅଗଷ୍ଟ 10ରୁ କାଉନସିଲିଂ ଆରମ୍ଭ ହେବ ।
ଏମଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଛନ୍ତି । ଏମ୍.ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି । ସେହିପରି MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଓ ଏମସିଏରେ ଈଶାନ୍ତ କୁମାର ନାୟକ ଶୀର୍ଷରେ ରହିଛନ୍ତି । ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ଓ ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର । ସ୍ପେଶାଲ ଓଜେଇଇ ପାଇଁ ଅଗଷ୍ଟ ପହିଲାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ମୋଟ 12ଟି ପାଠ୍ୟକ୍ରମ ଏମସିଏ, ଏମ୍ ଟେକ, ଏମ୍ ଆର୍କିଟେକ, ଏମ ଫାର୍ମା, ଏମ ପ୍ଲାନ, ବିକାଟ୍, ଏମବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଇଂଟିଗ୍ରେଟେଡ ଏମବିଏ ଆଦି ବିଷୟରେ ୫୭ ହଜାର ୯୧୬ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଜୁଲାଇ 4ରୁ 8 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଠ୍ୟକ୍ରମରେ ରାଜ୍ୟରେ 30ଟି ଜିଲ୍ଲାରେ 61 ସେଷ୍ଟର ଓ ରାଜ୍ୟ ବାହାରେ ତିନୋଟି ସହର ଯଥା କୋଲକାତା, ପାଟନା ଓ ରାଞ୍ଚିରେ 4ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ସମସ୍ତ କୃତି ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଶୁଭେଚ୍ଛା ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର