ETV Bharat / city

ଓଡିଶା ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ: FSI REPORT

ଦେଶରେ ଜଙ୍ଗଲ ନିଆଁ ଲାଗିବା ନେଇ ରିପୋର୍ଟ ଜାରି କଲା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (FSI) । ଓଡିଶାରେ ସର୍ବାଧିକ ଜଙ୍ଗଲରେ ଅଗ୍ନିକାଣ୍ଡ ନେଇ ତଥ୍ୟ ପ୍ରକାଶ । ଅଧିକ ପଢନ୍ତୁ

author img

By

Published : Apr 7, 2022, 8:56 PM IST

Updated : Apr 7, 2022, 9:09 PM IST

ଓଡିଶା ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ: FSI REPORT
ଓଡିଶା ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ: FSI REPORT

ଭୁବନେଶ୍ବର: ଦେଶର ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ଓଡିଶାରେ ସର୍ବାଧିକ ଜଙ୍ଗଲରେ ଲାଗୁଛି ନିଆଁ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (FSI) ତଥ୍ୟ ଅନୁସାରେ 2020 ନଭେମ୍ବରରୁ 2021 ଜୁନ ମଧ୍ୟରେ ଦେଶରେ 345989 ଟି ଜଙ୍ଗଲରେ ନିଆଁ ଲାଗିଛି । ତେବେ ଓଡିଶାରେ ଏହି ସଂଖ୍ୟା 51986 ରହିଛି, ଯାହା ଦେଶରେ ସର୍ବାଧିକ ।

ଓଡିଶା ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ, FSI ରିପୋର୍ଟରେ ପ୍ରକାଶ

FSI ର ତଥ୍ୟ ଅନୁସାରେ ଓଡିଶା ପରେ ରହିଛି ମଧ୍ୟ ପ୍ରଦେଶ । ଏଠାକାର ଜଙ୍ଗଲରେ ନିଆଁ ଲାଗିବା ସଂଖ୍ୟା 47795 ରହି ଥିବାବେଳେ ଛତିଶଗଡରେ 38106 ଜଙ୍ଗଲ ନିଆଁ ଲାଗୁଥିବା ଜଣାପଡିଛି । ସେହିପରି ମହରାଷ୍ଟ୍ରରେ 34025, ଝାଡଖଣ୍ଡରେ 21731, ଉତ୍ତରାଖଣ୍ଡରେ 21487, ଆନ୍ଧ୍ରପ୍ରଦେଶରେ 19328, ତେଲେଙ୍ଗାନାରେ 18237, ମିଜୋରାମରେ 12847, ଆସାମରେ 10718 ଏବଂ ମଣିପୁରରେ 10457 ଜଙ୍ଗଲ ନିଆଁ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି । ଦେଶରେ 20 ଟି ଜିଲ୍ଲା ଦେଖିଲେ ଓଡିଶାରେ 6 ଟି ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି ।

ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, ସୁନ୍ଦରଗଡ, ମୟୂରଭଞ୍ଜ, କଳାହାଣ୍ଡି କେନ୍ଦୁଝର ଓ ରାୟଗଡା ରହିଛି । ପ୍ରତିବର୍ଷ ନଭେମ୍ବରରୁ ମଇ ମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢିବାରେ ଲାଗିଛି । ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରାଯାଉଛି । ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହିତ ସ୍ଥାନୀୟ ବାସିନ୍ଦାମାନଙ୍କୁ ଏଥିରେ ସାମିଲ କରାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 7, 2022, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.