ETV Bharat / city

ଓଡିଶା ନିଶ୍ଚିତ ଭବିଷ୍ୟତରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ: ବିଜେଡି ବିଧାୟକ - ବିଜେଡି ବିଧାୟକ

ଆଉ 14 ବର୍ଷ ପରେ ଓଡିଶା ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ । ରାଜ୍ୟ ଏବେ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । 2036 ମସିହା ମଧ୍ୟରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ । ଅଧିକ ପଢନ୍ତୁ

ବିଜେଡି ବିଧାୟକ
ବିଜେଡି ବିଧାୟକ
author img

By

Published : Apr 2, 2022, 9:02 PM IST

ଭୁବନେଶ୍ବର: ଆଉ 14 ବର୍ଷ ପରେ ଓଡିଶା ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ । ରାଜ୍ୟ ଏବେ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । 2036 ମସିହା ମଧ୍ୟରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ ।

ଓଡିଶା ନିଶ୍ଚିତ ଭବିଷ୍ୟତରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ: ବିଜେଡି ବିଧାୟକ

ଭାଗିରଥି କହିଛନ୍ତି ଯେ, ଦୃଢ ନେତୄତ୍ବ, ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତିରେ ଓଡିଶା ସାରା ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିଛି । ଏହି କ୍ଷେତ୍ରକୁ ଦେଖାଗଲେ ଭିତ୍ତିଭୂମି ବିକାଶ, କୃଷି କ୍ଷେତ୍ର, ଶିଳ୍ପ, ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତିଟି କ୍ଷେତ୍ରରେ ଓଡିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ଏହି ପ୍ରକ୍ରିୟା ଭିତରେ ଓଡିଶା ଗତି କରୁଛି । ଆଜିର ଦିନରେ ଦେଖିଲେ ଅନେକ କ୍ଷେତ୍ରରେ ଓଡିଶା ଭାରତର ଅନ୍ୟ ରାଜ୍ୟ ତୁଳନାରେ ନିଜ ଦକ୍ଷତା ପ୍ରତିପାଦିତ କରିଛି ।

ଓଡିଶା ନିଶ୍ଚିତ ଭାବରେ ଭବିଷ୍ୟତରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । କୃଷି କ୍ଷେତ୍ରରେ ବିକାଶ ପାଇଁ ଓଡିଶା ଅନେକ କାର୍ଯ୍ୟ କରିଛି । ଜଳସେଚନର ଉନ୍ନତି ହୋଇଛି । ଚାଷଙ୍କ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନାଠୁ ଆରମ୍ଭ କରି ବିହନ ସାର ଯାଏ ବ୍ୟବସ୍ଥା କରାଯାଇଛି । ଯେଉଥିପାଇଁ ରାଜ୍ୟକୁ କୃଷି କର୍ମଣ ଆୱାର୍ଡ ମିଳୁଛି । ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ ମଧ୍ୟ ଓଡିଶା ସମୃଦ୍ଧ ହୋଇପାରିଛି । କୃଷିରେ ବହୁତ ଉନ୍ନତି ହୋଇଛି । ଆଗକୁ ଉନ୍ନତି ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.