ଭୁବନେଶ୍ବର: ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସରକାର ଏହି ଘୋଷଣା ଜାରି କରିଛନ୍ତି । ଗତକାଲି ରାଜ୍ୟର କିଛି ଅଞ୍ଚଳରେ ଲକ ଡାଉନ ଘୋଷଣା ହୋଇଥିବା ବେଳେ ଆଜି ସମ୍ପୂର୍ଣ୍ଣ ରାଜ୍ୟକୁ ତାଲାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଆଜି ମଧ୍ୟରାତ୍ରରୁ ସାରା ରାଜ୍ୟରେ ଲକ ଡାଉନ ଲାଗୁ ହେବ। 29 ତାରିଖ ଯାଏଁ ଏହା ବଳବତ୍ତର ରହିବ। ଗତକାଲି 9 ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଥିଲେ। ତେବେ ପ୍ରଥମେ 5ଟି ଜିଲ୍ଲାରେ ଘୋଷଣା ହୋଇଥିଲା ଲକଡାଉନ । ରାଜ୍ୟରେ କଡାକଡି ଭାବେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି ତାଲାବନ୍ଦ ସମୟରେ କେହି ଆଇନକୁ ଉଲ୍ଲଂଘନ କରନ୍ତି କିମ୍ବା ନିୟମ ନମାନିବେ ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ