ETV Bharat / city

Covid Third Wave: ତୃତୀୟ ଲହର ନିଶ୍ଚିତ, ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ

author img

By

Published : Dec 18, 2021, 12:22 PM IST

Updated : Dec 18, 2021, 2:26 PM IST

ତୃତୀୟ ଲହର ଆସିବା ନିଶ୍ଚିତ । ଏହି ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପରିସ୍ଥିତି ଯେତେ ଉଦବେଗ୍ ଜନକ ହେଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ତୃତୀୟ ଲହର ନିଶ୍ଚିତ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ କୋରୋନାର ତୃତୀୟ ଲହର ନିଶ୍ଚୟ ଆସିବ । ବ୍ରିଟେନରେ ଯେପରି ଭାବେ ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଓମିକ୍ରନ ଭୟାବହତା ମଧ୍ୟରେ ଏଭଳି ଚାଞ୍ଚଲ୍ୟକର କଥା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଥିସହ ଏହି ଲହରର ମୁକାବିଲା ଲାଗି ଓଡିଶା ସମର୍ଥ ବୋଲି ଡାକ୍ତର ମିଶ୍ର ଜଣାଇଛନ୍ତି (odisha is capable of fighting third wave of covid )।

ସେ କହିଛନ୍ତି, ରାଜ୍ୟ ତୃତୀୟ ଲହର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ଆମେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବୁ । ଯାହା ସରକାରଙ୍କର ନିୟମାବଳୀ ରହିଛି, ସେହି ଅନୁଯାୟୀ ବିଦେଶ ଫେରନ୍ତାଙ୍କ ସର୍ଭେଲାନ୍ସ ଚାଲିଛି । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୟୁଏନ୍ସିଂ ଆବଶ୍ୟକ ଥିବାରୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ଏବେ ସୁଦ୍ଧା ଆଟ ରିସ୍କ ଦେଶରୁ 15 ଶହରୁ ଅଧିକ ଲୋକ ରାଜ୍ୟକୁ ଆସିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ (Odisha Public Health Director Niranjan Mishra) କହିଛନ୍ତି ।

ତୃତୀୟ ଲହର ନିଶ୍ଚିତ, ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ

ଓମିକ୍ରନର ଲକ୍ଷଣ କୋରୋନା ଲକ୍ଷଣ ସହ ସମାନ । ଦ୍ବିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ କରାଯାଉଥିଲା, ତାହା ଏବେ ବି ରହିଛି । ଓମିକ୍ରନ ଜନିତ ଉଦବେଗ ଜନକ ସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର କ୍ଷମତା ରହିଛି । ରୋଗୀ ସଂଖ୍ୟା ବଢିଲେ ତଦନୁଯାୟୀ ଭିତ୍ତିଭୂମି ପରିସରକୁ ବ୍ୟାପକ କରାଯିବ । ପ୍ରାକ୍ ପ୍ରସ୍ତୁତି ପୂର୍ବକ ବର୍ତ୍ତମାନ ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଜୁରୀରେ ଔଷଧ ମହଜୁଦ ରଖାଯାଇଛି । ନିୟମିତ ଭାବେ ସ୍ଥିତିର ତର୍ଜମା କରାଯାଉଛି । ସମସ୍ତ କୋଭିଡ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 18, 2021, 2:26 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.