ETV Bharat / city

ତଦନ୍ତ ପରେ ଆପୋଲୋ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ସ୍ଵାସ୍ଥ୍ୟ ମନ୍ତ୍ରୀ - apollo hospital

ଆପୋଲୋର ପଞ୍ଜିକରଣ ବାତିଲ ପାଇଁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମରୁ ଜାଣିଥିବା କଥା କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଡିଜାଇନ ଫଟୋ
author img

By

Published : Sep 10, 2019, 2:45 PM IST

ଭୁବନେଶ୍ବର: ଆପୋଲୋ ବିରୋଧରେ ଏନଏଚଆରସି କାର୍ଯ୍ୟାନୁଷ୍ଠାନ ନେଵା ପ୍ରସଙ୍ଗରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଆପୋଲୋର ପଞ୍ଜିକରଣ ବାତିଲ ପାଇଁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମରୁ ଜାଣିଥିବା କଥା କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଆପୋଲୋ ହସ୍ପିଟାଲରେ ଜାଲ କାଗଜପତ୍ର ମାଧ୍ୟମରେ କିଡନୀ ପ୍ରତ୍ୟାରୋପଣ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଏନଏଚଆରସି କାର୍ଯ୍ୟାନୁଷ୍ଠାନ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ବିଷୟରେ ସମ୍ବାଦପତ୍ରରୁ ଜାଣିବାକୁ ପାଇଲି । କିନ୍ତୁ ଏନଏଚଆରସିରୁ କୌଣସି କାଗଜପତ୍ର ବିଭାଗକୁ ଆସିନି । ଏ ସମ୍ପର୍କରେ ତଥ୍ୟ ମିଳିବା ପରେ ତର୍ଜମା କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲର ଲାଇସେନ୍ସ ବାତିଲ କରିବା ସହ 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

ଏଥିସହିତ ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କାର କ୍ଷତିପୂରଣ କାହିଁକି ଦିଆ ନଯିବ, ସେନେଇ କାରଣ ଦର୍ଶାଅ ନୋଟିସର ଉତ୍ତର 2 ମାସ ଭିତରେ ରଖିବା ପାଇଁ କହାଯାଇଛି । ବେଆଇନ କିଡନୀ ପ୍ରତ୍ୟାରୋପଣ ପାଇଁ ଏଭଳି ନିର୍ଦ୍ଦେଶ ଦେଇଥିଲେ କମିଶନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆପୋଲ ବିରୋଧରେ ଏନଏଚଆରସି କାର୍ଯ୍ୟାନୁଷ୍ଠାନ ନେଵା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ସ୍ଵସ୍ଥ୍ୟମନ୍ତ୍ରୀ । ଏ ବିଷୟରେ ସମ୍ବାଦପତ୍ରରୁ ଜାଣିବାକୁ ପାଇଛି ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ଏନଏଚଆରସିରୁ କୌଣସି କାଗଜପତ୍ର ବିଭାଗକୁ ଆସିନି।Body: ଏ ସମ୍ପର୍କରେ ତଥ୍ୟ ମିଳିବା ପରେ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।
ସୂଚନା ଅନୁସାରେ ଆପୋଲୋ ହସ୍ପିଟାଲର ଲାଇସେନ୍ସ ବାତିଲ କରିବା ସହ 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । Conclusion:ଏଥିସହିତ ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କାର କ୍ଷତିପୂରଣ କାହିଁକି ଦିଆନଯିବ ସେ ନେଇ କାରଣ ଦର୍ଶାଅ ନୋଟିସର ଉତ୍ତର 2 ମାସ ଭିତରେ ରଖିବା ପାଇଁ କହିଥିଲେ । ବେଆଇନ କିଡନୀ ପ୍ରତିରୋପଣ ପାଇଁ ଏଭଳି ନିର୍ଦ୍ଦେଶ ଦେଇଦେଇଥିଲେ କମିଶନ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.