ନେଶ୍ବର : ବର୍ତ୍ତମାନର ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଦିନକୁ 7 ହଜାର 3 ସହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କୋଭିଡ ସ୍ଥିତି ଉପରେ ନଜର ରଖିବାକୁ ସ୍ପେଶାଲ ସେକ୍ରେଟାରୀ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରତ୍ୟେକ ସ୍ଥାନରେ ସେ କୋରଡ଼ିନେଟ କରିବେ । ସେହିଭଳି ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କୁ ଚେକ କରାଯିବ ।
ଗୋଟିଏ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ପଠାଯାଇଛି । ଆରଏମଏସି ନିର୍ଦ୍ଦେଶକଙ୍କୁ ସେରୋ ସର୍ଭେ ପାଇଁ ପ୍ରସ୍ତାବ ଦିଆଯାଇଛି । ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ବର, ପୁରୀ ରେ ସେରୋ ସର୍ଭେ ହେବ । ଦେବଗଡ଼ ଓ ନୟାଗଡ଼ ରେ ଆରଟିପିସିଆର ଟେଷ୍ଟିଂ ଲାବ୍ରୋଟୋରି ତୁରନ୍ତ ଖୋଲିବା ପାଇଁ କୁହାଯାଇଛି । ଯାହା ଟେଷ୍ଟିଂ କିଟ ଆବଶ୍ୟକ, ତାକୁ କିଣିବା ପାଇଁ ରାଜ୍ୟ ଔଷଧ ନିଗମକୁ କୁହାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ