ETV Bharat / city

ମହାମାରୀର ଅନ୍ତ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 26, 2022, 1:13 PM IST

ଦିନେ କମିଲେ ଦିନେ ବଢୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କୋଭିଡର ଅନ୍ତ ନାହିଁ । କୋରୋନା ଭାଇରସର ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ ଭୟଙ୍କର ସ୍ଥିତିରେ ମହାମାରୀ ସ୍ଥିତି । ଦିନେ କମିଲେ ଦିନେ ବଢୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କୋଭିଡର ଅନ୍ତ ନାହିଁ । କୋରୋନା ଭାଇରସର ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଆଲଫା ପରେ ଡେଲଟା ଓ ତାର ସବ୍ ଭାରିଆଣ୍ଟ ଆସିଲା ଆଉ ଏବେ ଓମିକ୍ରନ୍ ସ୍ଥିତି ଆଣାୟତ୍ତ କରିଛି । ଏହାପରେ ବି ଏହାବାଦ ଅନେକ ନୂଆ ଭାରିଆଣ୍ଟ ଥିବ ଯାହା ଆମେ ଜାଣି ନଥିବା । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ୍ ଉପରେ ଗବେଷଣା ଚାଲିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

ଯେବେ ପାଣ୍ଡେମିକ୍ ବା କୌଣସି ଭାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଆଜି ଦିନକରେ ରାଜ୍ୟରେ ୭ ହଜାର ୪୨୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏହା ସହ ୧୦ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.