ETV Bharat / city

ଆଉ ୪ ଦିନ ପରେ ପିକ୍ ଆକଳନ: ସ୍ୱାସ୍ଥ୍ୟ ନିର୍ଦେଶକ

author img

By

Published : Jan 23, 2022, 1:14 PM IST

Updated : Jan 23, 2022, 2:13 PM IST

12 ହଜାର ଦୈନିକ ସଂକ୍ରମଣ ୮ ହଜାରକୁ ଖସିଛି । ସଂକ୍ରମଣ ପିକ୍ ଛୁଇଁବ କି ନାହିଁ ତାହା ଆଉ ୨ରୁ ୪ ଦିନ ମଧ୍ୟରେ ଆକଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଆଉ ୪ଦିନ ପରେ ପିକ ଆକଳନ
ଆଉ ୪ଦିନ ପରେ ପିକ ଆକଳନ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି ସଂକ୍ରମଣ । 12 ହଜାର ଦୈନିକ ସଂକ୍ରମଣ ୮ ହଜାରକୁ ଖସିଛି । ସଂକ୍ରମଣ ପିକ୍ ଛୁଇଁବ କି ନାହିଁ ତାହା ଆଉ ୨ରୁ ୪ ଦିନ ମଧ୍ୟରେ ଆକଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଆଉ ୪ ଦିନ ପରେ ପିକ୍ ଆକଳନ

12 ତାରିଖ ଠାରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି। ଟେଷ୍ଟିଂ କମିନାହିଁ, ଦୈନିକ 70 ହଜାର ଉପରେ ଟେଷ୍ଟିଂ ରହିଛି। ତେବେ ସଂକ୍ରମଣ ପିକ୍ ଛୁଇଁ ଛି କି ନାହିଁ ଏଥିପାଇଁ ଆଉ 2 ରୁ 4 ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦ୍ବିତୀୟ ଲହରରେ ଅନେକ ଵିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ ସଂକ୍ରମଣ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ସମୟ ନେଇଥିଲା । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ତେବେ ଦେଶର ପଜିଟିଭ ରେଟ ଅପେକ୍ଷା ରାଜ୍ୟରେ ଭଲ ସ୍ଥିତି ଅଛି । ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ଟେଷ୍ଟି କମିନାହିଁ ଟ୍ରେଣ୍ଡି ୭୦ ହଜାର ଉପରେ ଅଛି । ପିକରେ ସଂକ୍ରମଣ ପହଞ୍ଚିଛି କି ନାହିଁ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ପ୍ରକାଶ ଥାଉ କି, ଆଜି ରାଜ୍ୟରେ ୮ ହଜାର ୫୨୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୩୭ କିଶୋର କିଶୋରୀ ରହିଥିବା ବେଳେ ୪୯୪୧ କ୍ବାରେଣ୍ଟାଇନ ସେଣ୍ଟର ଓ ୩୫୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jan 23, 2022, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.