ETV Bharat / city

Odisha Health Director Advice: ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ

author img

By

Published : Jun 4, 2022, 4:37 PM IST

ପୁଣି ଡରାଇଲାଣି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେଣୁ ଓଡ଼ିଶାବାସୀଙ୍କ ପାଇଁ ସତର୍କତା ଜାରି କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢ଼ନ୍ତୁ

odisha health director bijay mohaptara said on covid
Odisha Health Director Advice: ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ

ଭୁବନେଶ୍ବର: ପୁଣି ଡରାଇଲାଣି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେଣୁ ଓଡ଼ିଶାବାସୀଙ୍କ ପାଇଁ ସତର୍କତା ଜାରି କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୌଣସି ବ୍ୟକ୍ତି ନିକଟରେ ଲକ୍ଷଣ ଥିଲେ ଟେଷ୍ଟ କରିବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।

odisha health director bijay mohaptara said on covid

ବର୍ତ୍ତମାନ ରାଜ୍ୟରେ ସ୍ଥିତି ଭଲ ଥିବା କହିଛନ୍ତି ବିଜୟ ମହାପାତ୍ର । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି ଏବଂ ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ ବାହାରିଲେ ଟ୍ରାକ କରାଯିବ । ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ପୁଣି ଖୋଲାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାସ୍କ ବ୍ୟବହାର ବଳବତ୍ତର ରହିଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଯଦି ଭିଡକୁ ଯାଉଛନ୍ତି ତେବେ ମାସ୍କ ନିହାତି ଜରୁରୀ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗରୋଧରେ ରୁହନ୍ତୁ । ସରକାର ସ୍ଥିତି ଉପରେ କଡା ନଜର ରଖିଛନ୍ତି ।

ଦେଶରେ ବର୍ତ୍ତମାନ 5ଟି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତାମିଲନାଡୁ, କେରଳ,ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.