ETV Bharat / city

World Tuberculosis Day: 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଓଡିଶା

author img

By

Published : Mar 24, 2022, 6:42 AM IST

ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓଡ଼ିଶା-2022 । 2025 ସୁଦ୍ଧା ଯକ୍ଷ୍ମାରୋଗକୁ ନିର୍ମୂଳ କରାଯିବା ଲକ୍ଷ୍ୟ ରହିଛି। ଯକ୍ଷ୍ମା ରୋଗୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି। ଅଧିକ ପଢନ୍ତୁ

2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଓଡିଶା
2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଓଡିଶା

ଭୁବନେଶ୍ବର: 2025 ମସିହା ସୁଦ୍ଧା ଯକ୍ଷ୍ମାରୋଗ ନିର୍ମୂଳ ଲକ୍ଷ୍ୟ ନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି । ଏଥି ପାଇଁ ରାଜ୍ୟକୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛି । ରାଜ୍ୟରେ 30ଟି ଜିଲ୍ଲାରେ ଏଥି ନିମନ୍ତେ ‘ଟିବି ଫୋରମ୍ ଗଠନ କରାଯାଇଛି । 2016 ମସିହାରେ ରାଜ୍ୟରେ ମୋଟ 51.434 ଜଣ ରୋଗୀ ଚିକିତ୍ସତ ହେଇଥିବା ବେଳେ ସମୁଦାୟ ସଫଳତା ହାର ଥିଲା 71.4 % । ସେହିପରି 2021 ମସିହାରେ ମୋଟ 52,346 ଲକ୍ଷ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର 18.5% ରହିଛି । ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ 500 ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଏ ।

ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ 500 ଟଙ୍କା ଦିଆଯାଏ । ଚିକିତ୍ସା ସହାୟକମାନଙ୍କୁ "Drug Sensitive TB" ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ 1000 ଟଙ୍କା ଏବଂ "Drug Resistant TB" ରୋଗୀଙ୍କ ଚିକିତ୍ସା ସମ୍ପୁର୍ଣ୍ଣ ପରେ 5000 ଟଙ୍କା ପ୍ରଦାନ କରା ଯାଇଥାଏ । ଜନଜାତି ଓ ଦୁର୍ଗମ ଅଞ୍ଚଳରେ ଚିକିତ୍ସାଧୀନ ପ୍ରତି ରୋଗୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଏକକାଳୀନ 750 ଟଙ୍କା ପ୍ରଦାନ କରାଯାଏ ।

ଜନସମୁଦାୟରୁ ସମ୍ଭାଳିତ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆଶାକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଔଷଧ କାଟୁ କରୁନଥିବା "Drug Resistat TB ରୋଗୀମାନଙ୍କ ନିମନ୍ତେ "Shorter Oral" ଏବଂ "Longer Oral Regimen" ଔଷଧ ପ୍ରଣାଳୀରେ ଚିକିତ୍ସା କରାଯାଇଛି । ବେସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କ "Paticnt Provider Support Agency (PPSA)" କାର୍ଯ୍ୟକ୍ରମ ଅଧୀନରେ 6ଟି ଜିଲ୍ଲା ଖୋର୍ଦ୍ଧା(ଭୁବନେଶ୍ୱରକୁ ମିଶାଇ) କଟକ/ ଗଞ୍ଜାମ/ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁରରେ ଏନ୍‌ଜିଓମାନେ କାର୍ଯ୍ୟ କରୁଛନ୍ତି।

"TB Preventive Therapy (TPT)" ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭାବେ ନିର୍ମିତ ଛାଡି ଯକ୍ଷ୍ମାରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଇଛି । IMA, IAY, FOGSI ଇତ୍ୟାଦି ସଂଗଠନମାନଙ୍କ ଜରିଆରେ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଟିବି ଚିହ୍ନଟ ପ୍ରକ୍ରିୟାର ଉନ୍ନତି ପାଇଁ "CBNAAT" ଓ "TrueNat" ଯନ୍ତ୍ରମାନ ସ୍ଵାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ଥାପିତ କରାଯାଇଛି । ଯକ୍ଷ୍ମା ନିବାରଣ ଔଷଧ ଓ ଉପକରଣଗୁଡ଼ିକର ନିରନ୍ତର ଯୋଗାଣ ଉପରେ ଗୁରୁତ୍ଵ ଦିଆଯାଇଛି ।

"Active Case Finding (ACE)” କାର୍ଯ୍ୟକ୍ରମ ବର୍ଷକୁ ଦୁଇଥର କାର୍ଯ୍ୟକାରୀ କରାଯାଉଛି । ଯକ୍ଷ୍ମାରୋଗରୁ ସଫଳତା ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ ଯକ୍ଷ୍ମା ସମ୍ବନ୍ଧରେ ତାଲିମ ଦିଆଯାଇ ଓ କାର୍ଯ୍ୟକ୍ରମର ସହାୟତା ପାଇଁ "TB Champion" ଭାବରେ ନିୟୋଜିତ କରାଯାଇଛି । ଚଳିତ ବର୍ଷ ଯକ୍ଷ୍ମା ଦିବସର ସ୍ଲୋଗାନ ରହିଛି ‘ଇନ୍‌ଭେଷ୍ଟ ଟୁ ଏଣ୍ଡ ଟିନି, ସେଭ୍ ଲାଇଭସ୍"। ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.