ETV Bharat / city

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାଜ୍ୟ ସରକାର - କୋଟିଆ ପ୍ରସଙ୍ଗ

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ରାଜ୍ୟ ସରକାର

author img

By

Published : Feb 10, 2021, 10:02 PM IST

Updated : Feb 10, 2021, 11:00 PM IST

21:58 February 10

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ମଙ୍ଗଳବାର ଆଇନ ବିଭାଗ AOR (advocate on record) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଥିଲା । କୋରାପୁଟ କୋଟିଆର 3ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ରାଜ୍ୟ ସରକାର । ତେବେ ଆବେଦନର ତ୍ବରିତ ଶୁଣାଣି ପାଇଁ ଗୁରୁବାର କୋର୍ଟକୁ ଅନୁରୋଧ କରିବେ ଶିବ ଶଙ୍କର ମିଶ୍ର । 

ତେବେ ବରିଷ୍ଠ ଆଇନଜୀବୀ ବିକାଶ ସିଂ ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ସର୍ବୋଚ୍ଚକୋର୍ଟଙ୍କୁ ଗୁରୁବାର ନିବେଦନ କରିବେ ।

ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର, ପଞ୍ଚାୟତ ନିର୍ବାଚନ ଆୟୋଜନ ପାଇଁ ଆନ୍ଧ୍ରପ୍ରଦେଶର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ସରକାର ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, କୋରାପୁଟ କୋଟିଆର 3 ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯିବ ।

ସୋମବାର କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ‌େକାର୍ଟ ଯିବା ନେଇ ନିଷ୍ପତ୍ତି ନେଇଥିଲେ । ଏନେଇ ଆଇନଗତ ଦିଗ ତର୍ଜମା ପରେ ଏପରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଥିଲା।

ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାର ଆଡଭୋକେଟ ଜେନେରାଲଙ୍କ ମତାମତ ଲୋଡ଼ିଥିଲେ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବାକୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ନିଜ ମତରେ ସ୍ପଷ୍ଟ କରିଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ ।

ବ୍ୟୁରୋ ରିପୋର୍ଟ, ଭୁବନେଶ୍ବର

Last Updated : Feb 10, 2021, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.