ETV Bharat / city

ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର - ଶୈବପୀଠରେ ଜଳାଭିଷେକ

ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର

author img

By

Published : Jul 4, 2020, 2:53 PM IST

Updated : Jul 4, 2020, 5:58 PM IST

14:46 July 04

ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ । ପ୍ରତିବର୍ଷ ଜଳ ନେଇ ଶୈବ ପୀଠରେ ଲାଗି କରିଥାନ୍ତି କାଉଡିଆ । ତେବେ ଚଳିତ ବର୍ଷ ରାଜ୍ୟର ସମସ୍ତ ଶୈବ ପୀଠରେ ଜଳଲାଗି ଉପରେ ଲଗାଯାଇଛି କଟକଣା । ଦେବାଳୟ ବନ୍ଦ ରହିବା ସହ ପାଖ ପୁଷ୍କରିଣୀରୁ ପାଣି ଉଠାଇପାରିବେନି ଶିବଭକ୍ତ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଏଥର ଆଉ ଜଳାଭିଷକ କରାଯିବ ନାହିଁ ବୋଲି ଏକ ନିର୍ଦେଶନାମା ଜାରି କରିଛନ୍ତି ସରକାର ।

ଏବର୍ଷ ଶୈବ ପୀଠରେ ଜଳ ଲାଗି କରିପାରିବେନି ବୋଲବମ ଭକ୍ତ ।  ବୋଲବମ ଭକ୍ତମାନେ ଜଳ ସଂଗ୍ରହ ଓ ଏହାକୁ ମହାଦେବଙ୍କ ପାଖରେ ଲାଗି କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଶ୍ରବଣ ମାସ ଆରମ୍ଭ ହୋଇଥିବାରୁ ସୋମବାର ଶୈବପୀଠରେ ବିଶେଷ କରି କାଉଡ଼ିଆ ଭକ୍ତମାନଙ୍କ ଅଧିକ ଭିଡ ପରିଲକ୍ଷିତ ହୁଏ । ଏବେ ଏବର୍ଷ ଏହା ଉପରେ ରୋକ ଲଗାଇଦିଆଯାଇଛି । କାଉଡିଆଙ୍କ ଭିଡ ଏଡାଇବାକୁ ସରକାରଙ୍କର ଏହା ବଡ ନିର୍ଦ୍ଦେଶ । 

ଶନିବାର ଓ ରବିବାର ଜଳ ନେଇ ଶିବ ମନ୍ଦିରକୁ ଯାଇଥାନ୍ତି ବୋଲବମ ଭକ୍ତ । ହେଲେ ରାଜ୍ୟରେ ଏବେ ମହାମାରୀର ସଂକ୍ରମଣ ଲାଗିରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ଥର ଦେବାଳୟରେ ଜଳାଭିଷେକ ଉପରେ ରୋକ ଲଗାଯାଇଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 4, 2020, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.