ETV Bharat / city

ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ପଡିଲା ମହଙ୍ଗା, ବଡସାହି ତହସିଲଦାର ନିଲମ୍ବିତ - ତହସିଲଦାର ନିଲମ୍ବିତ

ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲଦାର ନିଲମ୍ବିତ । ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତହସିଲଦାର

author img

By

Published : May 7, 2022, 8:46 AM IST

ଭୁବନେଶ୍ବର: ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ଦେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲଦାର ମମତାଜ ମହାରଣା । ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ତାଙ୍କୁ ନିଲମ୍ବନ କରିଛନ୍ତି । ଏନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତହସିଲଦାର
ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତହସିଲଦାର

ବଡସାହି ତହସିଲଦାର ମମତାଜ ମହାରଣା ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହିତ କରୁଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବଡସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଦୁଇଟି ବାଲିଘାଟକୁ ନେଇ ଏନଜିଟି ମାମଲା ପରେ ଅଭିଯୁକ୍ତ ତହସିଲଦାରଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଏପ୍ରିଲ 30 ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳ ଏନେଇ ଅଭିଯୋଗ କରିଥିଲେ । ପୃଥକ ବାଲି ଘାଟ ପାଇଁ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଥିଲା ।

ଅଭିଯୋଗ ପରେ ବଡସାହି ପୋଲିସ ଲିଜଧାରୀ ପ୍ରଦୀପ ବିନ୍ଧାଣିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫଦାରୀ ଭୟରେ ଗତ 30 ତାରିଖ ଅପରାହ୍ନରୁ ଜିଲ୍ଲା ଛାଡି ତହସିଲଦାର ଫେରାର ହୋଇଯାଇଛନ୍ତି । ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଯେକୌଣସି ପଦବୀରେ ଥିଲେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.