ETV Bharat / city

କାଲି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ; ଏହିସବୁ ଦାବି ରଖିବ ଓଡିଶା

author img

By

Published : Feb 27, 2020, 7:49 PM IST

ଶୁକ୍ରବାର ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଯୋଗଦେବେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ବୈଠକରେ ଓଡିଶା କ‘ଣ ଦାବି ରଖିବ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

odisha govt
odisha govt

ଭୁବନେଶ୍ବର: ପୂର୍ବାଞ୍ଚଳ ବିକାଶ ପାଇଁ ଏକାଠି ହେବେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ । ଆଉ ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ସହ ଏହି ବୈଠକରେ କେନ୍ଦ୍ରୀୟ ଅଧିକାରୀ ସମେତ ବିଭିନ୍ନ ରାଜ୍ୟର ଅଧିକାରୀ ମଧ୍ୟ ଯୋଗଦେବେ ।

ଶୁକ୍ରବାର ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ; ଏହିସବୁ ଦାବି ରଖିବ ରାଜ୍ୟ

ବୈଠକରେ ବିଭିନ୍ନ ରାଜ୍ୟରେ ଥିବା ସମସ୍ୟା ଉପରେ ଆଲୋଚନା ହୋଇ ଏହାର ସମାଧାନର ସୁତ୍ର ବାହାର କରାଯିବ । ବିଶେଷକରି ଅର୍ଥନୀତି, ସାମାଜିକ, ମାଓ ମୁକାବିଲା, ଖଣି, ବିମାନବନ୍ଦର ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହେବ ।

ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ବୈଠକରେ ରାଜ୍ୟ ସରକାର ମଧ୍ଯ ନିଜର ଦାବି ଓ ଆଭିମୁଖ୍ୟ ରଖିବେ । ଏନେଇ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନୂତନ କନଭେନସନ ହଲରେ ହେବ ଏହି ବୈଠକ । ଏହାସହ ମୁଖ୍ୟ ଶାସନ ସଚିବ କହିଛନ୍ତି, ଓଡିଶା ଏକ ‘ରିସର୍ଚ୍ଚ ଷ୍ଟେଟ’ ଆମର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ଆଲୋଚନା ହେବ । ଏତତ ବ୍ୟତୀତ ମୋବାଇଲ କନେକ୍ଟଭିଟି ୧୧ ହଜାର ଗାଁ ରେ ନାହିଁ ସେ ବିଷୟ ମଧ୍ୟ ଉଠାଇବୁ ବୋଲି ସେ କହିଛନ୍ତି । ବ୍ୟାଙ୍କିଙ୍ଗ ସେବା ଏବେ ବି ବିଭିନ୍ନ ଗ୍ରାମରେ ପହଞ୍ଚି ପାରିନାହିଁ । କୋଇଲା ରୟାଲଟି ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ବୋଲି ଅସିତ ତ୍ରୀପାଠି କହିଛନ୍ତି ।

ସୂଚନାଯୋଗ୍ୟଯେ ରାଜ୍ଯ ପକ୍ଷରୁ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.