ETV Bharat / city

‘ମୋହଲା ଶିକ୍ଷା ପାଇଁ ବିଚାର ବିମର୍ଷ ଆବଶ୍ୟକ'

author img

By

Published : Jul 14, 2021, 8:49 AM IST

Updated : Jul 14, 2021, 9:22 AM IST

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମୋହଲା ଶିକ୍ଷାର ଆବଶ୍ୟକତାକୁ ନେଇ ଚାଲିଛି ବିଚାର ବିମର୍ଷ । ଅଧିକ ପଢନ୍ତୁ...

‘ମୋହଲା ଶିକ୍ଷା ପାଇଁ ବିଚାର ବିମର୍ଷ ଆବଶ୍ୟକ'
‘ମୋହଲା ଶିକ୍ଷା ପାଇଁ ବିଚାର ବିମର୍ଷ ଆବଶ୍ୟକ'

ଭୁବନେଶ୍ବର: କୋରୋନା ମହାମାରୀ କାରଣରୁ ଅଫଲାଇନ କ୍ଲାସ ବନ୍ଦ ରହିଛି । ଫଳରେ ଛାତ୍ରଛାତ୍ରୀ ଅନଲାଇନ କିମ୍ବା ୟୁଟ୍ୟୁବରୁ ପାଠ ପଢୁଛନ୍ତି । ମାତ୍ର ଏଥିରୁ କେତେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି । ବିଶେଷ କରି ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନଥିବାରୁ ପାଠପଢାରେ ସମସ୍ୟା ସୃଷ୍ଟି ହେଉଛି ।

ଏପରି କ୍ଷେତ୍ରରେ ‘ମୋହଲା କ୍ଲାସ’ ଶୈଳୀକୁ ରାଜ୍ୟ ସରକାର ଆପଣେଇବାକୁ ବିଚାର ବିମର୍ଷ କରୁଛନ୍ତି । ମାତ୍ର ଏହାକୁ ବିରୋଧ କରୁଛନ୍ତି ଅବିଭାବକ ସଙ୍ଘ । ସୂଚନା ଅନୁଯାୟୀ ଛତିଶଗଡରେ ଅନଲାଇନ କ୍ଲାସ ସମସ୍ୟା ଉପୁଜିବାରୁ ସେଠାରେ ‘ମୋହଲା କ୍ଲାସ’ ମାଧ୍ୟମରେ ପିଲାଙ୍କୁ ପାଠପଢା ଯାଉଛି । ଅର୍ଥାତ୍ ଗାଁକୁ ଯାଇ ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଉଛନ୍ତି । ଏହି ଉପାୟ ଅବଲମ୍ବନ କରିବାକୁ ରାଜ୍ୟସରକାର ବିଚାର କରୁଥିବା ଜଣାପଡିଛି । ମାତ୍ର ଅବିଭାବକ ସଙ୍ଘ ଏହାକୁ ଖୋଲା ବିରୋଧ କରୁଛି ।

‘ମୋହଲା ଶିକ୍ଷା ପାଇଁ ବିଚାର ବିମର୍ଷ ଆବଶ୍ୟକ'

ଅଭିଭାବକ ମହାସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କରିଛନ୍ତି ଯେ, 'କୋରୋନା ସମୟରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ତରବରିଆ । ଯଦି ‘ମୋହଲା କ୍ଲାସ’ ମାଧ୍ୟମରେ ଗାଁକୁ ଶିକ୍ଷକ ଯିବେ, ତେବେ ସବୁ ଗାଁରେ ଭିତ୍ତିଭୂମି ନାହିଁ, କ୍ଲାସ ରୁମ୍ ନାହିଁ । ଶିକ୍ଷକମାନେ କିଭଳି ଭାବେ ପାଠ ପଢାଇବେ ।' ଏହା ପୂର୍ବରୁ ରାଜ୍ୟ ସରକାର ଅଧିକ ଆଲୋଚନା ପର୍ଯ୍ୟାଲୋଚନା କରିବା ଉଚିତ୍ ବୋଲି ବାସୁଦେବ ଭଟ୍ଟ କହିଛନ୍ତି ।

ଅନ୍ୟପଟେ ଶିକ୍ଷାବିତ୍ ଅସିତ ତିୱାରୀ କହିଛନ୍ତି ଯେ, 'ଏଥିପାଇଁ ଏକ ବଡ ଭିତ୍ତିଭୂମି ଆବଶ୍ୟକ । ରାଜ୍ୟରେ ଅନେକ ସ୍ଥାନରେ ଅନଲାଇନ କ୍ସାସର ସୁବିଧା ନାହିଁ । ତେଣୁ ପ୍ରତି ଗାଁକୁ ଯାଇ ପଢାଇ ପାରିବେ ଶିକ୍ଷକ । ଏଠାରେ ଶିକ୍ଷକମାନେ ନିଜ ମୋବାଇଲ ଏବଂ ଇଣ୍ଟରନେଟ ଥିବା ଡିଭାଇସ ନେଇପାରିବେ । ଯାହା ଫଳରେ ପିଲାମାନେ ସୁରକ୍ଷିତ ଭାବେ ପାଠ ପଢିପାରିବେ । 'ମୋହଲା' ଶିକ୍ଷା ପାଇଁ ସମସ୍ତଙ୍କର ମାଇଣ୍ଡ ସେଟଅପରେ ପରିବର୍ତ୍ତନ ହେବା ଆବଶ୍ୟକ । ଦ୍ୱିତୀୟ ହେଲା ଯଦି କମିଟି ଉଚ୍ଚସ୍ତରୀୟ ନହେଲା ତେବେ ଏହା ଫେଲ ମାରିବ । ଶିକ୍ଷକମାନଙ୍କୁ ଟ୍ରେନିଂ ଦେବାକୁ ପଡିବ ଯାହା ଫଳରେ ଶିକ୍ଷକମାନେ ମାନସିକ ସ୍ତରରେ ପ୍ରସ୍ତୁତ ରହିବେ ।'

ମୋହଲା କ୍ଲାସ କଣ ?

କୋରୋନା ମହାମାରୀ ସମୟରେ ନିଜ ଗାଁରେ ଶିକ୍ଷକ ମାନେ ଶିକ୍ଷାଦାନ ବ୍ୟବସ୍ଥାକୁ ଆପଣାଇଛନ୍ତି ଛତିଶଗଡ଼ ସରକାର। ଏହାକୁ ମୋହଲା କ୍ଲାସ କୁହାଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 14, 2021, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.